ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ମରକଜରୁ ଦେଶରେ କରୋନା ସଂକ୍ରମଣ । ଏହା ଉପରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟ ସରକାର ନଜର ରଖିଛନ୍ତି । ଓଡ଼ିଶାରୁ ୧୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ନିଜାମୁଦ୍ଦିନରୁ ଫେରିଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଥିବା କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ନିଜାମୁଦ୍ଦିନ ତବଲିଗି ଜମାତ ମକରଜକୁ ଯାଇଥିବା ଏବଂ ସେଠାରୁ ଫେରିଥିବା ଅନ୍ୟ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଛି । ଚିହ୍ନଟ ୩ ଜଣଙ୍କ ସହ ସେମାନଙ୍କ ପରିବାରକୁ ପର୍ଯ୍ୟବେକ୍ଷଣରେ ରଖା ଯାଇଥିବା ସୂଚନା ଦେଇଛନ୍ତି ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ।

ଏଥିସହ ଲକ୍ ଡାଉନ ନିୟମକୁ ନମାନି କିଛି ଲୋକ ଆମ୍ବୁଲାନ୍ସର ଅସଦ ବ୍ୟବହାର କରୁଛନ୍ତି । ମେଡିକାଲ କାମ ନଥାଇ ଅନ୍ୟ କାମରେ ନିୟୋଜିତ କରାଯାଉଛି । ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଲକ୍ ଡାଉନ୍ ସମୟରେ ଛୋଟ ପିଲାମାନେ ଧୈର୍ଯ୍ୟ ରକ୍ଷା କରି ଘରେ ଅଛନ୍ତି । ସେମାନେ ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଘରେ ରହିବାକୁ କହିବାକୁ ଅନୁରୋଧ କରିଛନ୍ତି ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

 

Leave a Reply