ଲକ୍ ଡାଉନ ଭିତରେ ଖାଦ୍ୟାଭାବ ରହିବ ନାହିଁ, ଆଶ୍ୱସନା ଦେଲେ ସରକାର

President Ramnath Kovind Puri Visits, Here Breakfast To Dinner Food List

ଭୁବନେଶ୍ୱର: ଜଟିଳ ସ୍ଥିତି, ଲକଡାଉନ୍ ଭଳି କଠିନ ସମୟରେ ରାଜ୍ୟରେ ଖାଦ୍ୟ ସାମଗ୍ରୀ କୌଣସି ଅଭାବ ରହିବ ନାହିଁ । ପରିବହନ ଠାରୁ ଯୋଗାଣ, ଷ୍ଟକିଷ୍ଟଙ୍କ ଠାରୁ ଆରମ୍ଭ କରି ବିତରକ ଓ ଦୋକାନୀ ସମସ୍ତଙ୍କ ସହ ସମ୍ପର୍କରେ ରହିଛୁ । ବ୍ୟବସାୟୀ ମହାସଂଘ ଓ ପରିବହନ ମହାସଂଘ ସହ ମଧ୍ୟ ଯୋଗାଯୋଗରେ ଅଛୁ । ଲକଡାଉନ ଠାରୁ ଏବେ ଯାଏଁ ପରିବହନ ଓ ଯୋଗାଣରେ କୌଣସି ବାଧା ସୃଷ୍ଟି ହୋଇନାହିଁ । ରାଜ୍ୟରେ ଆବଶ୍ୟକତା ମୂତାବକ ଖାଦ୍ୟ ଶସ୍ୟ ମହଜୁଦ୍ ରହିଛି । ପରିବହନ ମଧ୍ୟ ସ୍ୱାଭାବିକ ରହିଛି । ଖାଦ୍ୟ ସାମଗ୍ରୀ ଅଭାବ ରହିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାର ।

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ଏଥିସହ ଖାଦ୍ୟ ସାମଗ୍ରୀ ଓ ଜରୁରୀ ସେବା ନେଇ ଲକଡାଉନ୍ ପରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟିର ନେତୃତ୍ୱ ନେଉଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ତଥ୍ୟ ରଖିଛନ୍ତି । ଜରୁରୀକାଳୀନ ସାମଗ୍ରୀ ପାଇଁ ଗଠିତ କମିଟିରେ ୭ ଜଣ ବରିଷ୍ଠ ଅଧିକାରୀ ଅଛନ୍ତି । କମିଟିର ମୁଖ୍ୟ ଉଦ୍ଦେଶ୍ୟ ସାଢ଼େ ୪ କୋଟି ଖାଉଟିଙ୍କ ସ୍ୱାର୍ଥର ସୁରକ୍ଷା । ଖାଦ୍ୟ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ସଠିକ୍ ମୂଲ୍ୟାୟନ, ନିରବଚ୍ଛିନ୍ନ ଯୋଗାଣ, ମାଲବାହୀ ପରିବହନ ଉପରେ ନଜର ରଖିଛୁ ।

ଦୁବାଇରୁ ଭଦ୍ରକ ଭାୟା କୋଲକାତା ଦେଇ ଆସିଥିଲେ ଚତୁର୍ଥ କରୋନା ଆକ୍ରାନ୍ତ

ରୋଟେସନ ବେସିସରେ ୨୪ ଘଣ୍ଟା ମାର୍କେଟ ଖୋଲି ଜନ ନିୟନ୍ତ୍ରଣ କରିପାରିଛୁ । ଚାଉଳ, ଚିନି, ତେଲ, ଅଟା, ଆଳୁ ଓ ପିଆଜ କିଛି ବି ରାଜ୍ୟରେ ଅଭାବ ନାହିଁ କି ହେବନି ମଧ୍ୟ । ଦୈନିକ କେତେ ଗାଡ଼ି ଆସୁଛି ସବୁର ତଥ୍ୟ ରଖୁଛୁ । ଖାଉଟିଙ୍କୁ କିଛି ଅସୁବିଧା ହେବନାହିଁ । ଦରକାର ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଅତ୍ୟାବଶ୍ୟକ ହେଲେ ସପ୍ତାହକୁ ୨ଥର ମାର୍କେଟ୍ ଯାଆନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ, କରୋନା ସଂକ୍ରମଣରୁ ଦୂରେଇ ରୁହନ୍ତୁ ।

 

Leave a Reply