କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

1 min read

ଭୁବନେଶ୍ୱର: ରାଜ୍ୟରେ ନିର୍ମିତ ହେଉଛି ଦେଶର ପ୍ରଥମ କୋଭିଡ -୧୯ ସ୍ୱତନ୍ତ୍ର ହସ୍ପିଟାଲ । ରାଜ୍ୟ ସରକାରଙ୍କ ଏଭଳି ବଳିଷ୍ଠ ପଦକ୍ଷେପକୁ ସାରା ଦେଶରେ ସ୍ୱାଗତ କରାଯାଉଛି । ଏଭଳି ହସ୍ପିଟାଲ ନିର୍ମାଣ ନେଇ ରାଜ୍ୟ ସରକାର ବିଭିନ୍ନ ବେସରକାରୀ ସଂସ୍ଥା ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି ।

ଏହି ହସ୍ପିଟାଲ ଗୁଡ଼ିକରେ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ସହ ରହିବା ଓ ଖାଇବା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଥିସହିତ  କୋଭିଡ ହସ୍ପିଟାଲ ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନର ତତ୍ପରତା ଓ ମନୋବଳକୁ ପ୍ରଶଂସା କରିଛନ୍ତି ଶ୍ରୀ ବାଗଚୀ ।

ଲକ୍‌ ଡାଉନ୍‌କୁ ରାଜ୍ୟର ୯୦% ଲୋକେ ମାନୁଥିବା ବେଳେ ୧୦% ଲୋକେ ଆଇନକୁ ଅନୁସରଣ କରୁନାହାନ୍ତି ।
ଆଇନ ମାନୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କିନ୍ତୁ ଦୁର୍ବ୍ୟବହାର କରାଯିବନାହିଁ ବୋଲି କହିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ ।

Coronavirus: 5,103 people detained in Delhi for violating lockdown ...

କ୍ୱାରେଣ୍ଟାଇନ୍‌ ନିର୍ଦ୍ଦେଶ ସତ୍ତ୍ୱେ ଏହାର ଉଲ୍ଲଘଂନ କରିଥିବା ଯୋଗୁଁ ୬୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକ୍ ଡାଉନ୍ ମାନିନଥିବା ଯୋଗୁଁ ୧୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିସହିତ ନିୟମ ମାନୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

Leave a Reply