ରବି ଧାନ କିଣା ନେଇ ଚାଷୀ ନାମ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କଲେ ରାଜ୍ୟ ସରକାର

1 min read

ଭୁବନେଶ୍ୱର: ରବି ଧାନ କିଣା ନେଇ ଚାଷୀଙ୍କ ନାମ ପଞ୍ଜୀକରଣ ସମୟସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରର ଓ ୧୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟି । ରବି ଧାନ କିଣା ନେଇ ଚାଷୀ ପଞ୍ଜୀକରଣ ତାରିଖକୁ ୧୪ ଏପ୍ରିଲକୁ ବୃଦ୍ଧି କରାଯାଇଛି । ସୋସାଇଟି ଦ୍ୱାରା ଅନ୍‌ଲାଇନ୍‌ ପଞ୍ଜୀକରଣ ତାରିଖକୁ ୧୮ ଏପ୍ରିଲ ଯାଏଁ ଘୁଞ୍ଚାଯାଇଛି । ପଞ୍ଜୀକୃତ ଚାଷୀଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ୨୦ ଏପ୍ରିଲ ସୁଦ୍ଧା ଏହାକୁ ଦାଖଲ କରାଯାଇପାରିବ । ୩୦ ଏପ୍ରିଲ ସୁଦ୍ଧା ଧାନ କିଣା ନେଇ ମାଷ୍ଟର ଫାର୍ମର ଲିଷ୍ଟ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସୋସାଇଟି ଗୁଡ଼ିକ ଚାଷୀଙ୍କ ପଞ୍ଜୀକରଣ ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ଯୋଗୁଁ ଉପୁଜୁଥିବା ସମସ୍ୟାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave a Reply