ପ୍ରଧାନମନ୍ତ୍ରୀଙ୍କର ଗରିବ କଲ୍ୟାଣ ଯୋଜନା ଏବେ ଗରିବଙ୍କ ପାଇଁ ସଞ୍ଜିବନୀ: ସମୀର ମହାନ୍ତି

State BJP president Samir mohanty praise modi's food Security expansion decision.

ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅନୁଯାୟୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ୧ କିଲୋ ଡାଲି ଆଗାମୀ ୫ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥି ପାଇଁ ୯୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଏହା ଦ୍ୱାରା ଓଡିଶାର ଜନତା ଅଧିକ ଉପକୃତ ହେବେ । ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨ ଲକ୍ଷ ୯୮ ହଜାର ୫ ଶହ ୮୨ ପରିବାରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩ଶହ ୭୦ଜଣ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ପ୍ରଧାନମନ୍ତ୍ରୀଙ୍କର ଖାଦ୍ୟ ସୁରକ୍ଷା ଯୋଜନା ସଂପ୍ରସାରଣ ନିଷ୍ପତ୍ତିକୁ ଏଭଳି ଭାବେ ପ୍ରଶଂସା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

State BJP president Samir mohanty praise modi's food Security expansionସେ କହିଛନ୍ତି ଯେ, କରୋନା ସମୟରେ ଯେଉଁମାନେ ଖାଦ୍ୟ ସୁରକ୍ଷା ସାମିଲ ହୋଇପାରିନାହାଁନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଭଳି ଘଢିସନ୍ଧି ମୁହୁର୍ତ୍ତରେ ଗରିବ ଲୋକମାନେ କଷ୍ଟରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବକଲ୍ୟାଣ ଯୋଜନା ସେମାନଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ  । ଏହାବ୍ୟତୀତ ଜନଧନ ଯୋଜନାରେ ୧୬ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ୬ହଜାର ୩ଶହ କୋଟି  ଟଙ୍କା ଡିପୋଜିଟ କରାଯାଇଛି ଓ ୧୨ଲକ୍ଷ ରୁପେ କାର୍ଡ ଇସ୍ୟୁ କରାଯାଇଛି । ସେହିଭଳି ଗତ ୩ ମାସ ମଧ୍ୟରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି । ସେମାନଙ୍କୁ ନିଜ ଗ୍ରାମରେ ଭିନ୍ନ ଭିନ୍ନ ୨୫ ଟି କାମରେ ରୋଜଗାର ଯୋଗାଇ ଦିଆଯିବ । ଏହା ଦ୍ୱାରା ଓଡିିଶା ଭଳି ରାଜ୍ୟରେ ଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏହାର ଲାଭ ଉଠାଇ ପାରିବେ  । ପ୍ରଧାନମନ୍ତ୍ରୀ ଜୀବନ ଏବଂ ଜୀବିକାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରାଯାଇଛି । ଲୋକାଲ ପାଇଁ ଭୋକାଲ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି  ।

Leave a Reply