ଦେଶରେ ବଢ଼ିପାରେ ଲକଡାଉନ୍, ରାଜ୍ୟମାନଙ୍କ ଅପିଲ୍ ଉପରେ ବିଚାର କରୁଛି କେନ୍ଦ୍ର

ନୂଆଦିଲ୍ଲୀ: ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ ଦିନିଆ ଲକଡାଉନକୁ ନେଇ ଦେଶବ୍ୟାପୀ ଦ୍ୱନ୍ଦ୍ୱ ଲାଗି ରହିଛି । ଲକଡାଉନ ଏପ୍ରିଲ ୧୪ରେ ସରିବ ନା ପୁଣି ଥରେ ବଢ଼ିବ ସମସ୍ତେ ସେ ଗୋଟିଏ କଥା ପଚାରୁଛନ୍ତି । ସୂତ୍ରରୁ ମିଳିଥିବା ଖବର ମୁତାବକ କେତକ ରାଜ୍ୟ ସରକାର ଲକଡାଉନ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଲକଡାଉନ୍ ହଟାଇବା ରଣନୀତି ତିଆରି କରୁଛନ୍ତି ମୋଦି ସରକାର

ରାଜ୍ୟ ଗୁଡ଼ିକର ନିବେଦନ ଉପରେ କେନ୍ଦ୍ର ସରକାର ଗଭୀରତାର ସହ ବିଚାର କରୁଛନ୍ତିଷ ଏପରିକି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ ବିଶେଷଜ୍ଞଙ୍କ ସହ ଏନେଇ ଆଲୋଚନା ଜାରି ରଖିଛନ୍ତି । ସେମାନଙ୍କ ପରାମର୍ଶ ଓ ବିଗୁଡ଼ିଥିବା ସ୍ଥିତିକୁ ଦେଖି ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ ।

କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇବାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଯାହାକି ଏପ୍ରିଲ୍ ୧୪ରେ ସରିବାକୁ ଯାଉଛି । ଅନ୍ୟପଟେ ଲକଡାଉନକୁ ଜୁନ୍ ୩ ଯାଏଁ ବୃଦ୍ଧି କରିବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ । ପରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଛନ୍ତି ।

ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

କରୋନା ଭାଇରସ୍ ଦେଶରେ ଏବେ ଯାଏଁ ୪,୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ନିବେଦନ କରୁଛନ୍ତି ।

Leave a Reply