ମାର୍କେଟକୁ ଆସିଲା ଏକ ଏମିତି କାର ଯିଏ ଘଣ୍ଟାପ୍ରତି ୫୩୩ କି.ମିରେ କରୁଛି ଗତି, ଜାଣନ୍ତୁ ଏହାର ମୂଲ୍ୟ

1 min read

ୱାସିଂଟନ: ଏହି କାର ରାସ୍ତାରେ ବହୁ ଜୋରରେ ଗଡ଼ିଥାଏ ।  ଯେତେବେଳେ କାରଟି ନିଜ ଅତ୍ୟଧିକ ଗତିରେ ଥାଏ, ସେତେବେଳେ ଏହା ପବନ ବେଗରେ ଗତି କରିଥାଏ । ବର୍ତ୍ତମାନ ଏହି କାର ଦୁନିଆର ଦ୍ରୁତତମ କାର ଭାବେ ରେକର୍ଡ ସୃଷ୍ଟି କରିଛି । ଆଉ ଯଦି ଆପଣ ଏହି କାରର ଲୁକ ଦେଖିବେ, ତେବେ ଆପଣ ଏହି କାରର ଦିୱାନା ହୋଇଯିବେ ।

ପ୍ରକୃତରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି SSC Tuatara ହାଇପର କାର ଦ୍ରୁତତମ କାର ହୋଇଯାଇଛି । SSC Tuatara ହାଇପରକାର ଘଣ୍ଟା ପ୍ରତି ୫୩୩ କିଲୋମିଟର ଗତି କରି ରେକର୍ଡ କରିଛି । ଏହି କାରର ଗତି ଏତେ ଅଧିକ ଯେ ଏହା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ଦ୍ରୁତଗତି ଗତିକରୁଥିବା କାରର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ SSC Tuatara ହାଇପରକାରର କାରନାମା ଦେଖାଯାଇଛି । ଏହା ବର୍ତ୍ତମାନ ବୁଗାଟୀ କ୍ରୋନକାରର ରେକର୍ଡ ଭାଙ୍ଗିଛି । କିଛି ବର୍ଷ ପୂର୍ବେ Bugatti chiron Super Sport 300 +  କାର ଘଣ୍ଟାପ୍ରତି ୪୯୦ କିଲୋମିଟରର ବେଗରେ ଗତିକରି ରେକର୍ଡ ସୃଷ୍ଟି କରିଥିଲା ​ ।

ସୂଚନା ଯୋଗ୍ୟ ଯେ, ଅକ୍ଟୋବର ୧୦ ରେ, SSC ଉତ୍ତର ଆମେରିକା ରାସ୍ତା ଉପରେ ନୂଆ ଗତି ରେକର୍ଡ ପାଇଁ ଏହି କାରକୁ ଚଲାଯାଇଥିଲା । ଏହି ରେକର୍ଡକୁ ମାପିବା ପାଇଁ ଏକ ସ୍ୱତନ୍ତ୍ର ଜିପିଏସ୍ ମାପ ଉପକରଣ ଏବଂ ୧୫ଟି ସାଟେଲାଇଟର ବ୍ୟବହାର କରାଯାଇଥିଲା ।

କେବଳ ଏତିକି ନୁହେଁ, ଏହି ରେସିଂ କାରର ଡ୍ରାଇଭର ଓଲିବର ୱେବ୍ କହିଛନ୍ତି ଯେ, ଏହି କାରଠାରୁ SSC Tuatara ହାଇପରକାର ଦ୍ରୁତ ଗତିରେ ଚାଲିପାରିବ। ଏହି କାରର ମୋଟ ଓଜନ 1,247 କିଲୋଗ୍ରାମ । କମ୍ପାନୀ ଏହି କାରର ମାତ୍ର ୧୦୦ଟି ୟୁନିଟ୍ ଉତ୍ପାଦନ କରିବ । ଏବଂ ଏହି କାରର ମୂଲ୍ୟ ପ୍ରାୟ ୧.୬ ମିଲିୟନ ଡଲାର ରହିଛି ।

SSC Tuatara ଏକ ଟ୍ୱିନ୍-ଟର୍ବୋ ୫.୯-ଲିଟର V8 ଇଞ୍ଜିନ୍ ବ୍ୟବହାର କରେ, ଯାହା ୧୭୨୬ bhp ଶକ୍ତି ଉତ୍ପାଦନ କରିଥାଏ । ଏହି ଇଞ୍ଜିନ୍ ସହିତ ୭ ସ୍ପିଡ୍ DCT ଟ୍ରାନ୍ସମିସନ୍ ଉପଲବ୍ଧ । ରେସିଂ ଉତ୍ସାହୀମାନଙ୍କ ପାଇଁ ଏହି କାର ହେଉଛି ପ୍ରଥମ ପସନ୍ଦ ।

Leave a Reply