ଡ୍ରାଗନକୁ ଶ୍ରୀଲଙ୍କାର ଝଟକା, ଚୀନ କରୋନା ଭ୍ୟାକ୍ସିନ୍ ବଦଳରେ ଭାରତୀୟ ଟିକା ପାଇଁ ଦେଲା ଅର୍ଡର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଚୀନକୁ ବଡ଼ ଝଟକା ଦେଇଛି । ଚୀନ କମ୍ପାନୀ ସାଇନୋଫାର୍ମର କରୋନା ଟିକାକୁ ଶ୍ରୀଲଙ୍କା ସରକାର ନିଜ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇନାହାନ୍ତି । ଅନ୍ୟପକ୍ଷରେ କଲମ୍ବୋ ଭାରତରେ ତିଆରି କରୋନା ଟିକା ପାଇଁ ଅର୍ଡର ଦେଇଛି । ଚୀନ ଟିକାକୁ ଅନୁମତି ନଦେବା ଉପରେ କ୍ୟାବିନେଟ୍ ମୁଖପାତ୍ର ରମେଶ ପଥିରାନ୍ କହିଛନ୍ତି ଯେ, ଚୀନ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପୂରା ହୋଇନଥିବାରୁ ଅନୁମତି ଦିଆ ଯାଇନାହିଁ ।

Sri Lanka Denies To Import Chinese Covid Vaccine

ଶ୍ରୀଲଙ୍କା ନିଜ ଦେଶର ୧ କୋଟି ୪୦ ଲକ୍ଷ ନାଗରିକଙ୍କୁ ଅକ୍ସଫୋର୍ଡ କରୋନା ଭ୍ୟାକ୍ସିନ ଦେବାକୁ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କ ଅକ୍ସଫୋର୍ଡ ଟିକାର ୧ କୋଟି ୩୫ ଲକ୍ଷ ଡୋଜ୍ ପାଇଁ ଅର୍ଡର ଦେଇଛି । ଏହାପୂର୍ବରୁ ଭାରତ ଶ୍ରୀଲଙ୍କାକୁ ଅକ୍ସଫୋର୍ଡ ଟିକାର ୫ ଲକ୍ଷ ଡୋଜ୍ ଉପହାର ଭାବେ ଦେଇଥିଲା । ଡକ୍ଟର ରମେଶ କହିଛନ୍ତି ଯେ, ଆଗାମୀ ସମୟରେ ଆମେ ଅକ୍ସଫୋର୍ଡ ଟିକା ସହିତ ଆଗକୁ ବଢିବୁ ।

Sri Lanka Denies To Import Chinese Covid Vaccine

ଚୀନ୍ ଟିକାକୁ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିବା ପରେ ତାହା ଉପରେ ବିଚାର କରାଯିବ ।  ସୂଚନାଯୋଗ୍ୟ ଯେ, ଚୀନ ଭ୍ୟାକ୍ସିନକୁ ନେଇ ସମଗ୍ର ବିଶ୍ୱରେ ଆଶଙ୍କା ରହିଛି । ଚୀନ୍ ଟିକା କରୋନା ବିରୋଧରେ ୫୦ ପ୍ରତିଶତ ପ୍ରଭାବୀ ବୋଲି କିଛି ଗବେଷଣାରେ ଦାବି କରାଯାଉଛି । ଚୀନର ସବୁ ପାଗର ବନ୍ଧୁ ପାକିସ୍ତାନରେ ମଧ୍ୟ ସେଠାକାର ନାଗରିକ ଏହି ଟିକା ନେବାକୁ ରାଜି ନାହାନ୍ତି ।

Leave a Reply