ଆସନ୍ତା ୧୨ରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା 12 ତାରିଖରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ବୈଠକରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଆଗାମୀ ପହିଲି ଭୋଗ ଏବଂ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବ । ଆସନ୍ତା 15 ତାରିଖରୁ ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋଗ ନୀତି କିଭଳି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ କରାଯିବ ବୈଠକରେ କରାଯିବ ଆଲୋଚନା ।

ଏଥିସହ ଆସନ୍ତାବର୍ଷ ଜାନୁଆରୀ 14 ତାରିଖରେ ମକର ସଂକ୍ରାନ୍ତି ଓ 28ତାରିଖରେ ଦେଵା ଭିଷେକ ନୀତି ନେଇ ମଧ୍ୟ ନୀତି ନିର୍ଘଣ୍ଟ କରାଯିବ । ତେବେ ସବୁଠୁ ବଡ଼କଥା ହେଲା କରୋନା କଟକଣା ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ଦୀର୍ଘ 9ମାସ ହେବ ଭକ୍ତ ବଞ୍ଚିତ ଅଛନ୍ତି । ଖୁବଶୀଘ୍ର କିଭଳି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବାକୁ ଥିବା ବେଳେ ଶୀଘ୍ର ଶ୍ରୀମନ୍ଦିର ଖୋଲିବାକୁ ମଧ୍ୟ ବୈଠକରେ ହୋଇପାରେ ନିଷ୍ପତି ।

ପ୍ରାଥମିକ ସ୍ତରରେ ପ୍ରତିଦିନ ପ୍ରାୟ 4 ହଜାର ଭକ୍ତଙ୍କ ଦର୍ଶନ ପାଇଁ କୋଭିଡ଼ ନିୟମ ଅନୁପାଳନ କରି ବ୍ୟବସ୍ଥା କରାଯିବାକୁ ଲକ୍ଷ ରଖାଯାଇଛି। ସ୍ଥିତି କୁ ନଜରରେ ରଖି ଧୀରେ ଧୀରେ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ । ତେବେ ଏନେଇ ଆସନ୍ତା 12 ତାରିଖରେ ଛତିଶାନିଯୋଗ ବୈଠକରେ ଆଲୋଚନା କରାଯିବ ।

Leave a Reply