କେବିସି ହଟ୍ ସିଟରେ ପ୍ରଥମ ଓଡ଼ିଆ ମହିଳା ଆଥଲେଟ୍ ଦୂତୀ

1 min read

କୌନ ବନେଗା କରୋଡ଼ ପତି(କେବିସି)ର ୧୧ତମ ସଂସ୍କରଣର ହଟ୍ ସିଟରେ ଦୂତୀ ଚାନ୍ଦ । ଟ୍ରାକରେ ସାଥୀ ଖେଳାଳିଙ୍କୁ ନାକେଦମ୍ କରୁଥିବା ସ୍ପ୍ରିଣ୍ଟର କ୍ୱିନ୍ ଦୂତୀ କେବିସି ହଟ୍ ସିଟରେ ବଗ୍ ବି ଅମିତାଭ ବଚ୍ଚନଙ୍କୁ ହଇରାଣ କରିଛନ୍ତି । ବିଗ୍ ବି ପଚାରିଥିବା ପ୍ରତିଟି ପ୍ରଶ୍ନର ହଟ୍ ଉତ୍ତର ଦେଇ ଚମକାଇଛନ୍ତି ଦୂତୀ । ମୁମ୍ବାଇରେ ବିଗ୍ ବି ଓ ଦୂତୀଙ୍କ ଏପିସୋଡର ସୁଟିଂ ଶେଷ ହୋଇଛି । ଖୁବଶୀଘ୍ର ଏହା ସୋନି ଚ୍ୟାନେଲରେ ପ୍ରସାରିତ ହେବ ।

Dutte in KBC with Amitabh Bachan
Dutee in KBC with Amitabh Bachan

ପ୍ରଥମ ଓଡ଼ିଆ ମହିଳା ଆଥଲେଟ୍ ଭାବେ କେବିସି ହଟ୍ ସିଟରେ ଦୂତୀ ବସିଛନ୍ତି । ବିଗ୍ ବି ପଚାରିଥିବା ପ୍ରଶ୍ନର ଫଟାଫଟ୍ ଉତ୍ତର ଦେଇଛନ୍ତି । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଆଗରେ ବସି ଖୁସି ଅନୁଭବ କରିଥିବା ଦୂତୀ କିଛି ସମୟ ପାଇଁ ନର୍ଭସ୍ ଲାଗୁଥିବା କହିଛନ୍ତି । ବିଗ୍ ବିଙ୍କ ସହ ଦୂତୀଙ୍କ ଏହି ରୋମାଞ୍ଚ ଭରା ଏପିସୋଡ୍ ପ୍ରସାରଣକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Sprinter Dutee in KBC Hot Seat
Sprinter Dutee in KBC Hot Seat

ଗତ ମାର୍ଚ୍ଚ ମାସରେ ଦ କପିଲ ଶର୍ମା ସୋ’ରେ ଦୂତୀ ଚାନ୍ଦ ନଜର ଆସିଥିଲେ । ଅନ୍ତର୍ଜାତୀୟ ସ୍ତରର ଦୌଡ଼ ପ୍ରତିଯୋଗିତାରେ ଗୋଟିଏ ପରେ ଗୋଟିଏ ସଫଳତା ସାଉଣ୍ଟିଥିବା ଦୂତୀ ବିଭିନ୍ନ ଲୋକପ୍ରିୟ ଟିଭି ପୋଗ୍ରାମରେ ଭାଗ ନେଇ ନିଜ ଅଭିଜ୍ଞତା ବଖାଣୁଛନ୍ତି । କିଛିଦିନ ତଳେ ଭୋଗ୍ ପତ୍ରିକାର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇବା ସହ ତାଙ୍କୁ ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଥିଲା । ')}

Leave a Reply