ଦୌଡ଼ରାଣୀ ଦୂତିଚାନ୍ଦଙ୍କ ସମେତ ୨୭ ଜଣଙ୍କୁ ଅର୍ଜୁନ ଆୱାର୍ଡ, ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ: ଚଳିତବର୍ଷ ୫ ଜଣ ଖେଳାଳିଙ୍କୁ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବ । ଏଥିସହ ୨୭ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ସେହିପରି ସମ୍ମାନଜନକ ଦ୍ରୌଣାଚାର୍ଯ୍ୟ ଆୱାର୍ଡ ଲାଇଫ୍ ଟାଇମ୍ କାଟାଗୋରୀରେ ୮ ଜଣଙ୍କୁ ମିଳିବାକୁ ଥିବାବେଳେ ରେଗୁଲାର ବର୍ଗରେ ୫ ଜଣଙ୍କୁ ଦିଆଯିବ । ସେହିପରି ଧ୍ୟାନଚାନ୍ଦ ପୁରସ୍କାର ୧୫ ଜଣଙ୍କୁ ମିଳିବ । ଏନେଇ ଆଜି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ଆଥଲେଟିକ୍ ଭାବେ ଦୂତିଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର ମିଳିବ । ଦୂତିଙ୍କ ବାଦ ଅନ୍ୟ ୨୬ ଜଣ ସମ୍ମାନଜନକ ଅର୍ଜୁନ ଆୱାର୍ଡ ପାଇବେ । ୨୦୧୯ ଅକ୍ଟୋବର ମାସରେ ଦୂତି ନ୍ୟାସନାଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ନିଜ ପୂର୍ବ ରେକର୍ଡକୁ ଭାଙ୍ଗିବା ସହ ଦୂତି ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ପୂରା କରିଥିଲେ । ପୂର୍ବରୁ ଦୂତିଙ୍କ ନାଁରେ ଏହି ରେକର୍ଡ ୧୧.୨୬ ସେକେଣ୍ଡ ଥିଲା ।

ସେହିଭଳି ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର କ୍ରିକେଟର ରୋହିତ ଶର୍ମାଙ୍କୁ ମିଳିବ । ପାରା ଆଥଲେଟିକ୍ସ ମାରୟାପ୍ପାନ ଟି, ଟେବୁଲ୍ ଟେନିସ୍ ଖେଳାଳି ମନିକା ବାର୍ତ୍ତା, ରେସଲର ଭିନେଶ, ହକି ତାରକା ରାନିଙ୍କୁ ମିଳିବ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ।

ନଜର ପକାନ୍ତୁ କେଉଁ ଖେଳାଳିଙ୍କୁ କେଉଁ ପୁରସ୍କାର ମିଳିବ

 

Leave a Reply