ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

special ritual at srimandir for solar eclipse

ପୁରୀ: ରାହୁଗ୍ରସ୍ତ ଚୂଡ଼ାମଣି ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଅନ୍ୟ ମନ୍ଦିରରେ ପରାଗ ସମୟରେ ନୀତି ବନ୍ଦ ଥିବା ବେଳେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେବାର ପରମ୍ପରା ରହିଛି । ଆଜି ସକାଳ ୧୦ ଟା ୩୮ ମିନିଟ୍‌ରେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ପାକତ୍ୟାଗ ସହିତ ଦେବନୀତି ବନ୍ଦ ରହିଥିଲା ।

ଗତକାଲି ରାତି ୧୦ ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସବୁ ନୀତି ସରିଥିଲା । ତେବେ ବନ୍ଦ ରହିଥିଲା ପହୁଡ଼ ନୀତି । ଆଜି ସକାଳ ୧୦ ଟା ୩୮ ରେ ପରାଗ ସ୍ପର୍ଶ ପରେ ବିଧି ପରମ୍ପରା ଅନୁସାରେ ଶ୍ରୀଜିଉଙ୍କର ଉତ୍ତରୀ ମଇଲମ ନୀତି ସହ ଗ୍ରହଣ ମହାସ୍ନ।ନ ଓ ମଇଲମ ବେଶ କରାଯାଇ ଦିନ ଗୋଟାଏ ସୁଦ୍ଧା ମଙ୍ଗଳ ଆଳତି ସରିଥିଲା ।

ଅନ୍ୟନୀତି ପରେ ସ୍ୱତନ୍ତ୍ର ଭାବେ ଗ୍ରହଣ ଖଇକୋରା ଭୋଗ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ନ ଧୂପ କରାଯିବାର ପରମ୍ପରା ରହିଛି । ସଂଧ୍ୟା ଧୂପ ପରେ ଶ୍ରୀଜିଉଙ୍କ ବନକ ଲାଗି ପାଇଁ ଶ୍ରୀମନ୍ଦିରରେ ଦତ୍ତ ମହାପାତ୍ର ସେବାୟତ ପ୍ରବେଶ କରିବେ । ଆସନ୍ତାକାଲି ଉଭାଯାତ୍ରା ସହ ରଥଯାତ୍ରା ପାଇଁ ଆଜ୍ଞାମାଳ ବିଜେ ପରମ୍ପରା ରହିଛି ।

Leave a Reply