ପରୀକ୍ଷାର୍ଥୀଙ୍କ ବସ୍ ଦୁର୍ଘଟଣା ଘଟଣା : ପରୀକ୍ଷା ଦେଇପାରିବେ ବଞ୍ଚିତ ଛାତ୍ରଛାତ୍ରୀ

1 min read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ଓଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଓଜେଇଇ  ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ପାଇଁ ହେବ ସ୍ୱତନ୍ତ୍ର ଓଜେଇଇ । ଆସନ୍ତା ୨୨ତାରିଖରେ ସେମାନଙ୍କ ପାଇଁ ପୁନର୍ବାର ଏକ ସ୍ୱତନ୍ତ୍ର ଓଜେଇଇର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ହୋଇଛି ।

College Bus Accident In Ganjam Taptapani Ghati, 20 Injured

ଗଜପତି ଜିଲ୍ଲା ପ୍ରଶାସନ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ଓଜେଇଇ ଚେୟାରମ୍ୟାନଙ୍କୁ ପୁଣି ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ । ଗଜପତି ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ୨୨ତାରିଖରେ ଓଜେଇଇ ପରୀକ୍ଷା ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ନୋଡାଲ ଅଫିସରଙ୍କୁ ଯୋଗାଯୋଗ କରି ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଦେବାକୁ ଗଜପତି ଜିଲ୍ଲାପାଳ କହିଛନ୍ତି । ସୂଚନା ଅନୁସାରେ ଗଲା ୧୫ତାରିଖରେ ପରୀକ୍ଷା ଦେବାକୁ ଯିବା ବେଳେ ପାଳୁଖୋଳା ନିକଟରେ ବ୍ରେକ୍ ଫେଲ ହୋଇ ୨୦ ଫୁଟ ତଳକୁ ଖସିପଡିଥିଲା ବସ୍ । ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନର ସହାୟତାରେ ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଦିଗପହଣ୍ଡି ତଥା ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କାରାଯାଇଥିଲା ।

ଗଞ୍ଜାମ ତପ୍ତପାଣି ଘାଟିରେ ଦୁର୍ଘଟଣା, ଓଲଟିଲା OJEE ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍

Leave a Reply