ବିହାର ବିଧାନସଭା ନିର୍ବାଚନରେ ଲାଗିପାରିବନି ​​କଳା ଟଙ୍କା ! ଦୁଇ ଅଧିକାରୀ ରଖିବେ ନଜର..

1 min read
Black Money

ବିହାର: ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି । ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପୂର୍ବରୁ ନିର୍ବାଚନ ଆୟୋଗ ୭୦ ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ । ଏବେ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଦୁଇଜଣ ସ୍ୱତନ୍ତ୍ର ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ।

Black Money

ବିହାର ବିଧାନସଭା ନିର୍ବାଚନରେ ​​ଅର୍ଥ ବଳ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ଦୁଇଜଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ନିର୍ବାଚନ ଖର୍ଚ୍ଚର ତଦାରଖ ପାଇଁ ଭାରତୀୟ ରାଜସ୍ୱ ସେବାର ଦୁଇ ପୂର୍ବତନ ଅଧିକାରୀ ମଧୁ ମହାଜନ ଏବଂ ବି.ଆର. ବାଲାକ୍ରିଷ୍ଣନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି । ମଧୁ ମହାଜନ ୧୯୮୨ ଏବଂ ବାଲାକ୍ରିଷ୍ଣନ୍ ୧୯୮୩ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବାର ଅଧିକାରୀ ।

Black Money

୨୦୧୯ ଲୋକସଭା ନିର୍ବାଚନ ସମୟରେ ମଧୁ ମହାଜନଙ୍କୁ ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଥିଲା । ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା । ସେହିପରି ବାଲକ୍ରୀଷ୍ଣନ୍‌ଙ୍କର ତେଲେଙ୍ଗାନାରେ ହୋଇଥିବା ଉପ-ନିର୍ବାଚନରେ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ କାମ କରିବାର ଅଭିଜ୍ଞତା ରହିଛି । ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଆୟୋଗ ଏହି ଦୁଇଜଣଙ୍କୁ ନିଯୁକ୍ତ କରିଛନ୍ତି ।

ମାଇକ୍ରୋ ଅବ୍‌ଜରଭର୍‌ କରିବେ ସହଯୋଗ

ଦୁଇ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମାଇକ୍ରୋ ଅବଜରଭର ମାନେ ସହଯୋଗ କରିବେ । ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଏସ୍‌ଏମ୍‌ଏସ୍‌ ଓ ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ଉପରେ ମଧ୍ୟ ନଜର ରଖିବେ । ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି ଯେ, ନିର୍ବାଚନରେ ​​ବ୍ୟବହାର ପାଇଁ ନିଆଯାଉଥିବା ଟଙ୍କା କିମ୍ବା କଳା ଟଙ୍କା ସମ୍ପର୍କରେ ଯଦି କେହି ସଚେତନ ନାଗରିକ ସୂଚନା ଦେବେ, ତାହାଲେ ସେମାନଙ୍କ ନାଁ ଏବଂ ତଥ୍ୟ ସମ୍ପୂର୍ଣ୍ଣ ଗୁପ୍ତ ରହିବ ।

Leave a Reply