ଗିରଫ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲାନି ବେଲ୍, ଝାରପଡ଼ା ଜେଲରେ କଟିବ ଆଜି ରାତି

1 min read
Special Court Rejects Gopalpur MLA Pradeep Panigrahi’s Bail Plea

ଭୁବନେଶ୍ୱର: ଝାରପଡ଼ା ଜେଲରେ ରାତି କାଟିବେ ପ୍ରଦୀପ ପାଣିଗ୍ରାହୀ । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ଗିରଫ ପରେ ପ୍ରଦୀପଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ଜାମିନ୍ ଲାଗି ତାଙ୍କ ଓକିଲ ଆବେଦନ କରିଥିବା ବେଳେ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବା ଲାଗି ଆସନ୍ତାକାଲି ଆବେଦନ କରିବ । ଜାମିନ ଅଗ୍ରାହ୍ୟ ହେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତାଙ୍କୁ ଝାରପଡ଼ା ଜେଲକୁ ନିଆଯାଉଛି ।

 Special Court Rejects Gopalpur MLA Pradeep Panigrahi’s Bail Plea

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ୬୮ ଜଣଙ୍କୁ ଠକିଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ ପ୍ରଦୀପ ପାଣିଗ୍ରାହୀ । ବିଧାୟକ ପଦରେ ଥିବା ପାଣିଗ୍ରାହୀ କୌଣସି ଚାକିରି କରିନଥିବା ଭାବି ଜ୍ୱାଇଁଙ୍କ ସହ ମିଶି ନିଜ ନିର୍ବାଚନ ମଣ୍ଡଳୀର ଶିକ୍ଷିତ ଯୁବକ, ଯୁବତୀଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଥିଲା ।

Special Court Rejects Gopalpur MLA Pradeep Panigrahi’s Bail Plea On Tata Motors Case

ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଆକାଶଙ୍କ ଟାଟା ମୋଟର୍ସରେ ଚାକିରି କରାଇବା ମାମଲାକୁ ସାଇବର ଅପରାଧ ଭାବେ ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଗିରଫ ପରେ ପ୍ରଦୀପଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା । କୋର୍ଟ ଜାମିନ୍ ଅଗ୍ରାହ୍ୟ କରିବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ବେଲ୍ ନା ଜେଲ ! ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ୍ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ୍ ମିଳିବ କି ?

 

Leave a Reply