ସୋମବାରରୁ ସଂସଦର ଶୀତକାଳୀନ ଅଧିବେଶନ, ଆସିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍

1 min read

ନୂଆଦିଲ୍ଲୀ : ନଭେମ୍ବର ୧୮ରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏଥର ଅଧିବେଶନକୁ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ୨ଟି ରାଜ୍ୟର ବିଧାନସଭା ନିର୍ବାଚନ ସରିଥିବା ବେଳେ ଆଗକୁ ଝାଡ଼ଖଣ୍ଡର ନିର୍ବାଚନର ରହିଛି । ରାଷ୍ଟ୍ରୀୟ ସ୍ତରରେ ବହୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଚଳିତ ଅଧିବେଶନରେ ସରକାର ସିଟିଜେନସିପ୍ ବିଲ୍ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 ବାଚସ୍ପତି ଓମ୍ ବିର୍ଲା

ଏଭଳି ସ୍ଥିତିରେ ଶୀତ ଅଧିବେଶନର ୨ ଦିନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଏଥିରେ କଂଗ୍ରେସ ସମେତ ସବୁ ରାଜନୀତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ସଂସଦକୁ ସୁରୁଖୁରୁରେ ଚଳାଇବା ସଂପର୍କିତ ଆଲୋଚନା ଏଥିରେ ହେବ।  ତେବେ ବାଚସ୍ପତିଙ୍କ ପରେ ଆସନ୍ତାକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ସର୍ବଦଳୀୟ ବୈଠକ ଡାକିଛନ୍ତି । ')}

Leave a Reply