କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇବାକୁ ଏସ୍‌ପି ସାରା ଶର୍ମାଙ୍କ ଉନ୍ନତ ପଦକ୍ଷେପ

ଗଜପତି: ଗଜପତି ଏସ୍‌ପିଙ୍କ ପୁଣି ଏକ ଜନହିତକର ପଦକ୍ଷେପ । କିନ୍ନରଙ୍କୁ ସ୍ୱାବଲମ୍ବୀ କରିବାକୁ ମୁଖ୍ୟ ଚିକତ୍ସାଳୟ ଆଗରେ ସୁରଭି ଓମଫେଡ୍‌ ପାର୍ଲର ଖୋଲିଛନ୍ତି ଏସ୍‌ପି ସାରା ଶର୍ମା । ଏସ୍‌ପିଙ୍କ ଅନୁରୋଧ କ୍ରମେ କିଛି ବଦାନ୍ୟ ବ୍ୟକ୍ତି ପାର୍ଲର ପାଇଁ ଅର୍ଥ ପ୍ରଦାନ କରିଥିଲେ ।

ଏହି ଅର୍ଥରେ ନିର୍ମାଣ ହୋଇଛି ସୁରଭି ଓମଫେଡ୍‌ ପାର୍ଲର । ଆଠ ଜଣ କିନ୍ନର ଏହି ପାର୍ଲରରେ ୨୪ ଘଣ୍ଟା ଓମଫେଡ୍ ବିକ୍ରି କରିବା ସହ ରୋଗୀଙ୍କୁ ଗରମ ପାଣି ଓ ଚିକିତ୍ସାରେ ସାହାଯ୍ୟ ଯୋଗାଇବେ । ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ କାର୍ଯ୍ୟକ୍ରମରେ ଯୋଗଦେଇ ଓମଫେଡ୍‌ ପାର୍ଲରକୁ ଉଦଘାଟନ କରିଛନ୍ତି ।

ବିଧାୟକ ପାଣ୍ଠିରୁ ୩ ଲକ୍ଷ ଏବଂ ସାଂସଦଙ୍କ ପାଣ୍ଠିରୁ ୨ ଲକ୍ଷ ସହାୟତା ରାଶି ଏହି ପାର୍ଲର ପାଇଁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ସେପଟେ କିନ୍ନରଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନର ସହ ବଞ୍ଚିବାକୁ ସହଯୋଗ କରିଥିବାରୁ ଏସ୍ପିଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ କିନ୍ନର ।

Leave a Reply