ସଂକଟରେ ଦକ୍ଷିଣ ଆଫ୍ରିକା କ୍ରିକେଟ: ଅନ୍ତର୍ଜାତୀୟ କ୍ରିକେଟରୁ ହାେଇପାରେ ବାସନ୍ଦ

ଭୁବନେଶ୍ୱର,ବ୍ୟୁରୋ: ସଙ୍କଟରେ ଦକ୍ଷିଣ ଆଫ୍ରିକା କ୍ରିକେଟ । ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇପାରେ ଦକ୍ଷିଣ ଆଫ୍ରିକା । ଦୁର୍ନୀତି କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ସଂଘକୁ ନିଲମ୍ବନ କରି ଅଲିମ୍ପିକ୍ସ ସମିତି ନିଜ ନିୟନ୍ତ୍ରଣକୁ ନେଇଛି । ଫଳରେ ଅନ୍ତର୍ଜାତୀୟ ସ୍ତରରେ ଦକ୍ଷିଣ ଆଫ୍ରିକା ଦଳର ମାନ୍ୟତାକୁ ନେଇ ଏବେ ସସପେନ୍ସ ସୃଷ୍ଟି ହୋଇଛି । ଫଳରେ ଆଇସିସି ନିୟମ ଅନୁସାରେ କ୍ରିକେଟ ସାଉଥ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟରୁ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।

cricket south africa ban: Government bans South African cricket board; ICC may ban team too !! – south african sports confederation and olympic committee suspends cricket south africa | MbS News

ନିୟମ ରହିଛି, କୌଣସି ଜାତୀୟ କ୍ରିକେଟ୍ ସଂଘରେ ସରକାରୀ ହସ୍ତକ୍ଷେପ ରହିଲେ ସମ୍ପୃକ୍ତ ଦେଶର ଜାତୀୟ ଦଳକୁ ଅନ୍ତର୍ଜାତୀୟ ସ୍ତରରୁ ବିତାଡ଼ିତ କରାଯିବ । ଅନିୟମିତତା କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ସଂଘକୁ ନିଲମ୍ବିତ କରି ସେଠାକାର ସରକାର ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି । ଏବେ ଦକ୍ଷିଣ ଆଫ୍ରିକା କ୍ରୀଡ଼ା ମହାସଂଘ ଓ ଅଲିମ୍ପିକ୍ସ ସମିତି ଏହାର ପରିଚାଳନା କରିବ । ଏହାସହ ବୋର୍ଡରେ ହୋଇଥିବା ଆର୍ଥିକ ଦୁର୍ନୀତିର ତଦନ୍ତ ଆରମ୍ଭ କରିଦେଇଛି । ଦୀର୍ଘ ଦିନ ଧରି ଦକ୍ଷିଣ ଆଫ୍ରିକା କ୍ରିକେଟ ସଂଘରେ ଅନିୟମିତତାର ତଦନ୍ତ ପାଇଁ ଦକ୍ଷିଣ ଆଫ୍ରିକା କ୍ରୀଡ଼ା ମହାସଂଘ ଓ ଅଲିମ୍ପିକ୍ସ ସମିତି ଏହି ନିଷ୍ପତ୍ତି ନେଇଛି ।

Cricket South Africa suspended

ଏନେଇ ଆଇସିସି ଏସମ୍ପର୍କରେ ସ୍ପଷ୍ଟୀକରଣ ମାଗିବା ସହ ଆଇନଗତ ପରାମର୍ଶ ନେବାକୁ ଯାଉଛି । ଫଳରେ ଦକ୍ଷିଣ ଆଫ୍ରିକା କ୍ରିକେଟର ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଟାଣିହେବା ପରି ଲାଗୁଛି । ଦକ୍ଷିଣ ଆଫ୍ରିକା ୨୧ ବର୍ଷର ବାସନ୍ଦ ପରେ ୧୯୯୧ରେ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ଗସ୍ତରେ ଟିମ ଭାରତ ଆସି ମ୍ୟାଚ ଖେଳିଥିଲା । ଏହାପରେ ୧୯୯୨ରେ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ଅଭିଯାନ କରି ଦୁର୍ଭାଗ୍ୟବଶତଃ ପରାସ୍ତ ହୋଇଥିଲା । ଏହା ପୂର୍ବରୁ ବିଭିନ୍ନ କାରଣରୁ କିଛି ଦେଶର କ୍ରିକେଟ ଦଳ ମଧ୍ୟ ଆଇସିସି ଦ୍ୱାରା ବାସନ୍ଦ ହୋଇସାରିଛି ।

Leave a Reply