‘ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଚିନ୍ତା କରିବା ଦରକାର’: ସୌମ୍ୟ ପଟ୍ଟନାୟକ

1 min read

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଓ ବାଇ-ଲ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର । କାରଣ ବିଜେପି ନେତା ମାନେ ମାଟି ଓ ପାର୍ଟି କଥା କହନ୍ତି  । ବିବାଦୀୟ ବାଇ-ଲ ପ୍ରସଙ୍ଗରେ ଏପରି ମତ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ।

ସେ କହିଛନ୍ତି ଯେ, ସରକାର ହଠାତ କଣ ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରର ବିକାଶ କଲେ ? ଏକଥା କଣ ଆଗରୁ ଜାଣିପାରିଲେ ନାହିଁ କେନ୍ଦ୍ର ସରକାର  । ନିର୍ବାଚନ ପର ଠାରୁ ରାଜ୍ୟ ସରକାର ମନ୍ଦିର ସଂସ୍କାର କଥା ଚିନ୍ତା କଲେ । ତେବେ ଆମେ କଣ ମନ୍ଦିର ଭାଙ୍ଗିଦେବୁ ? ଏଏସଆଇ ନାହିଁ କି ଏବେ ? ବାଇ ଲ’ ର ଆବଶ୍ୟକତା ନାହିଁ  । ଶ୍ରେୟ ନେବା ପାଇଁ କଣ୍ଟା ବାଡ଼ ପକାଇ କଳି କରିବା ଦରକାର ନାହିଁ କହି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହୁଛନ୍ତି ପ୍ରତ୍ୟାହାର କର, ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପ୍ରଶାସନିକ ଅଧିକାରୀ ଠିକ ଭାବେ ସୂଚନା ଦେଇନାହାନ୍ତି, ଯେଉଁଥି ପାଇଁ ଭୁଲ ବୁଝାମଣା ହୋଇଛି । ଅପରାଜିତା କହୁଛନ୍ତି ପ୍ରତ୍ୟାହାର ପ୍ରସଙ୍ଗ ନୁହେଁ । ତେଣୁ ତାଙ୍କ ଦଳ ଭିତରେ ଆଗେ ବୁଝାମଣା ଠିକ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସୌମ୍ୟ ପଟ୍ଟନାୟକ ।

Leave a Reply