ଏହିସବୁ ନିୟମକୁ ପାଳନ କରି ଖୋଲିବ ସିନେମା ହଲ୍

1 min read

ନୂଆଦିଲ୍ଲୀ: ବଡ଼ ପରାଦାରେ ସିନେମା ଦେଖିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । କରୋନା ଭାଇରସ କାରଣରୁ ଦୀର୍ଘ ୭ମାସ ହେବ ବନ୍ଦ ପଡ଼ିଥିବା ସିନେମା ହଲକୁ ୧୫ ଅକ୍ଟୋବର ଠାରୁ ଖୋଲି ଦିଆଯିବ । ଯଦିଓ କରୋନା ସଂକ୍ରମଣ କିଭିଳି ନ ବ୍ୟାପିବ ସେନେଇ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଏବଂ ଏନେଇ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ମଙ୍ଗଳବାର ଏହି ଘୋଷଣା କରିବାକୁ ଯାଇ SOP ଜାରି କରିଛନ୍ତି  । ଆସା କରିଛନ୍ତି ଏହି SOPକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଏବଂ ସିନେମା ହଲ୍ ଆସୁଥିବା ଲୋକମାନେ କରୋନାଠାରୁ ସୁରକ୍ଷିତ ରହିବେ ।

ପ୍ରତ୍ୟେକ ସିନେମା ହଲରେ ସେମାନଙ୍କର ସମୁଦାୟ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କୁ ବସାଇବାର ଅନୁମତି ରହିବ । ଏହାସହ ଲୋକଙ୍କୁ ମାସ୍କ ଲଗାଇବା ବାଧ୍ୟତା ମୂଳକ ହେବ । ସରକାରଙ୍କ ଅନୁସାରେ, ସିନେମା ସହ ଜଡିତ ଥିବା ବ୍ୟକ୍ତି , ସିନେମା ହଲର ପ୍ରତିନିଧି ଏବଂ ଅନ୍ୟ ସମ୍ବନ୍ଧିତ ଲୋକଙ୍କ ସହ ବିଚାର ବିମର୍ଷ କରି ହିଁ ଏହି SOP ଜାରି କରାଯାଇଛି । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ୧୫ ଅକ୍ଟୋବର ଠାରୁ ସିନେମା ହଲ ଖୋଲିବାକୁ ଅନୁମତି ଦେଇଥିଲେ । ଏବଂ ଏହାପରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ସହ ଆଲୋଚନା କରି ଏହି SOP ଜାରି କରିଛି ।

SOP ଅନୁସାରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ

  • ୫୦ ପ୍ରତିଶତ ସିଟ୍ ପାଇଁ ହେବ ଟିକେଟ୍ ବିକ୍ରି
  • ସିନେମା ହଲ ଭିତରେ ସାନିଟାଇଜର ଓ ସାବୁନ ବ୍ୟବସ୍ଥା
  • ଦର୍ଶକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବେ
  • ଦର୍ଶକଙ୍କ ଶରୀର ତାପମାତ୍ରା ମପାଯିବ
  • ଟିକେଟ୍ ବିକ୍ରି ପାଇଁ ଅଧିକ କାଉଣ୍ଟର,ଅନଲାଇନ୍ ଟିକେଟ୍ ବିକ୍ରିକୁ ଗୁରୁତ୍ୱ
  • ପ୍ୟାକେଜ୍ଡ ଫୁଡ୍ ଓ ଅଧିକ କାଉଣ୍ଟର ବ୍ୟବସ୍ଥା
  • ସିନେମା ହଲ ଷ୍ଟାଫଙ୍କୁ ପିପିଇ କିଟ୍ ଦିଆଯିବ
  • ସିନେମା ହଲକୁ ଡି-ସାନିଟାଇଜ୍ କରାଯିବ
  • ପ୍ରତି ସୋ’ ପରେ ଡି-ସାନିଟାଇଜ୍ କରାଯିବ
  • ହଲ ଭିତର ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ରହିବ
  • ସିଙ୍ଗଲ ସ୍କ୍ରିନ୍ ସିନେମାର ବାୟୁଚଳାଚଳ ବ୍ୟବସ୍ଥା, ମଧ୍ୟାନ୍ତରରେ କରୋନାକୁ ନେଇ ଏକ ମିନିଟର ଫିଲ୍ମ

Leave a Reply