ବଲିଉଡ୍‌ରେ ଥମୁନି ବିବାଦ, କଙ୍ଗନାଙ୍କୁ ଟାର୍ଗେଟ୍‌ କଲେ ସୋନୁ ! କହିଲେ…

1 min read
Kangna V/s Sonu Sood

ମୁମ୍ବାଇ: ବଲିଉଡ୍‌ରେ ଥମୁନି ବିବାଦ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏବେ ବି ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାରେ ନୂଆ ଯୋଡ଼ି ହୋଇଛନ୍ତି ସୋନୁ ସୁଦ୍ । ରିଲ୍‌ ଲାଇଫ୍‌ରେ ଭିଲେନ୍‌ ଓ ରିଅଲ୍‌ ଲାଇଫରେ ହିରୋ ଭାବେ ଏବେ ବେଶ ଲୋକ ପ୍ରିୟତା ହାସଲ କରିଥିବା ସୋନୁ ସୁଦ୍ ପରୋକ୍ଷରେ ପଙ୍ଗା କୁଇନ୍‌ଙ୍କ ସହ ନେଇଛନ୍ତି ପଙ୍ଗା ।‌

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ କହିବାନୁଯାୟୀ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସୁଯୋଗ ନେଇ ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରିଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପାଟନାରେ ସୁଶାନ୍ତଙ୍କ ପରିବାର ଉପରେ କ’ଣ ବିତୁଥିବ ତାହା ବୁଝିବାକୁ ନାରାଜ । କିନ୍ତୁ ଚର୍ଚ୍ଚାରେ ରହିବା ପାଇଁ ଆଗଭର । ଖାଲି ସେତିକି ନୁହେଁ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ସହ ଦିନେ ବି ଭେଟ ହୋଇନଥିବା କି କଥା ହୋଇନଥିବା ଲୋକ ଆସି ବସୁଛନ୍ତି ବିତର୍କ କରିବାକୁ । ଏଥିରେ କୌଣସି ସମବେଦନା ନାହିଁ ବରଂ କେବଳ ଚର୍ଚ୍ଚାରେ ରହିବାର ପ୍ରୟାସ ।

ସୋନୁ ସୁଦଙ୍କ ଏଭଳି ବିବୃତ୍ତି ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ କଙ୍ଗନା ରାଣାଓ୍ୱତ କହିଛନ୍ତି, ସେ କେବେ ବି ସୁଶାନ୍ତଙ୍କ ସହ ଭେଟ ହୋଇନାହାନ୍ତି । କିନ୍ତୁ ସେ ତାଙ୍କର ବହୁତ ନିକଟତର ଥିଲେ । ସୁଶାନ୍ତ ସିଂ ରାଜପୁତ ଥରେ କଙ୍ଗନାଙ୍କ ଜନ୍ମଦିନକୁ ଆସିଥିଲେ, କିନ୍ତୁ ଦୁହେଁ କଥାବାର୍ତ୍ତା ହୋଇ ପାରିନଥିଲେ ବୋଲି ଖୋଦ୍ କଙ୍ଗନା ସ୍ୱୀକାର କରିଛନ୍ତି ।

କଙ୍ଗନା ଆହୁରି କହିଥିଲେ ଯେ, ସେ ମାଣିକର୍ଣ୍ଣିକା ଚଳଚ୍ଚିତ୍ରର କୋ-ଷ୍ଟାର ଅଙ୍କିତା ଲୋଖଣ୍ଡେଙ୍କଠାରୁ ସୁଶାନ୍ତ ସିଂ ରାଜପୁତଙ୍କ ଅପ୍‌ଡେଟ୍‌ ନେଉଥିଲେ । ୨୦୧୬ ପର୍ଯ୍ୟନ୍ତ ସୁଶାନ୍ତ ଏବଂ ଅଙ୍କିତା ପରସ୍ପରକୁ ୬ ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରିଥିଲେ ।

ସୂଚନା ଯୋଗ୍ୟ, ସୋନୁ ସୁଦଙ୍କୁ ମାଣିକର୍ଣ୍ଣିକାରେ କାମ କରିବାରୁ ହଟାଇ ଦିଆଯାଇଥିଲା । କାରଣ ସୋନୁ ଜଣେ ମହିଳା ଡାଇରେକ୍ଟରଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ । ତେବେ ସୋନୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Leave a Reply