ପ୍ରଶଂସକ କହିଲେ ସୋନୁଙ୍କୁ ପଦ୍ମ ବିଭୁଷଣ ମିଳୁ !

1 min read

ମୁମ୍ବାଇ: ବଲିଉଡ଼ର ଅଭିନେତା ସୋନୁ ସୁଧ ଯେପରି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି ତାକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  ସୋନୁ ସୁଧଙ୍କୁ ଏହି କାର୍ଯ୍ୟପାଇଁ ସୋସିଆଲ ମିଡ଼ିଆରେ ବହୁତ ପ୍ରଶଂସା ମଧ୍ୟ ମିଳିଛି । ଏହିମଧ୍ୟରେ ତାଙ୍କର ଏକ ପ୍ରଶଂସକ ତାଙ୍କୁ ଏହି କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ପଦ୍ମ ବିଭୁଷଣ ଆୱାର୍ଡ଼ ମିଳିବା ଉଚିତ୍ ବୋଲି ଦାବି କରିଛନ୍ତି । ଏହାପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏହାକୁ ନେଇ ସୋନୁ ଯେତେବେଳେ ତାଙ୍କର ପ୍ରତିକ୍ରିୟା ରଖିଲେ ତାହା ଫ୍ୟାନମାନଙ୍କ ମନ ଜିତିନେଲା ।

ସୋନୁ ସୁଧଙ୍କ କାର୍ଯ୍ୟରେ ଖୁସି ହୋଇ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ଲେଖଇଛନ୍ତି ଯେ, ଏହି ମହାମରୀ ଭଳି ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିଥିବାରୁ ସେ ସରକାରଙ୍କ ଠାରେ ସୋନୁ ସୁଧକୁ ପଦ୍ମ ବିଭୁଷଣ ଆୱାର୍ଡ ଦିଆଯିବାର ଦାବି କରୁଛନ୍ତି ।

ଏହାର ଉତ୍ତରରେ ସୋନୁ ଲେଖିଥିଲେ ‘ମୋ ଦ୍ୱାରାର ନିଜ ଘରେ ପହଞ୍ଚିଥିବା ପ୍ରବାସୀ ଶ୍ରମିକଙ୍କ ପାଖରୁ ଆସିଥିବା କଲ ହିଁ ମୋ ପାଇଁ ସବୁଠୁ ବଡ଼ ପୁରଷ୍କାର । ଭଗବାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି କି ମୋତେ ଏହି ପୁରଷ୍କାର ହଜାର ହଜାର ଲୋକଙ୍କ ଠାରୁ ମିଳିଛି ।’ ସୋନୁ ସୁଧଙ୍କ ଏହି ପ୍ରତିକ୍ରିୟା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ କହି ରଖୁଛୁ ଯେ, ସୋନୁ ସୁଧ ନିଜେ ଅର୍ଥ ଖର୍ଚ୍ଚ କରି ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ ପହଞ୍ଚାଇବାର କାମ ଆରମ୍ଭ କରିଛନ୍ତି । ଯାହା ଫଳରେ ହଜାର ହଜାର ପ୍ରବାସୀ ଶ୍ରମିକ ତାଙ୍କ ଘରେ ପହଞ୍ଚି ପାରିଛନ୍ତି ।  ଏହା ଉପରେ ସୋନୁ ସୁଧ କହିଛନ୍ତି ଯେ ପର୍ଯ୍ୟନ୍ତ ସମସ୍ତ ପ୍ରବାସୀ ଶ୍ରମିକ ତାଙ୍କ ଘରେ ପହଞ୍ଚି ନାହାଁନ୍ତି ସେ ପର୍ଯ୍ୟନ୍ତ ମୁଁ ମୋ କାମ ଜାରି ରଖିବି । ତାହା ପାଇଁ ଯେତେବି କିପରିଶ୍ରମ ପଡ଼ୁ ମୁଁ କରିବି ।

Leave a Reply