ଭାଇ ମୋତେ ମୋ ଗର୍ଲଫ୍ରେଣ୍ଡ ସହ ଦେଖା କରାଇ ଦିଅ, ପ୍ରବାସୀଙ୍କ ଏଭଳି ଟ୍ୱିଟର ଜବାବରେ କଣ କହିଲେ ସୋନୁ ସୁଦ୍,ଜାଣନ୍ତୁ

1 min read

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ଼ କଳାକାର ସୋନୁ ସୁଧ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ପାତ୍ର ହୋଇଯାଇଛନ୍ତି । ଫିଲ୍ମରେ ଖଳନାୟକ ଚରିତ୍ର ଆସୁଥିବା ଏହି କଳାକାର ଜଣଙ୍କ ରିଅଲ ଲାଇଫରେ ହିରୋ ହୋଇ ଦେଖାଇଛନ୍ତି । ସେ ଲକଡାଉନରେ ଫସି ରହିଥିବା ପ୍ରବାସୀଙ୍କୁ ନିଜ ଘରକୁ ଫେରିବାକୁ ସାହାଯ୍ୟ କରିଛନ୍ତି । ପ୍ରବାସୀମାନେ ସୋନୁଙ୍କୁ ଟ୍ୱିଟର ମାଧ୍ୟମରେ ସାହାଯ୍ୟ ମାଗୁଛନ୍ତି ଏବଂ ସୋନୁ ତାଙ୍କୁ ଘରକୁ ଫେରିବାକୁ ସାହାଯ୍ୟ କରୁଛନ୍ତି । ନିକଟରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ଭୋଟିବାକୁ ଅନୁରୋଧ କରିଥିଲେ ଯାହାର ଉତ୍ତର ସୋନୁ ସୁଧ ମଜାକିଆ ଅନ୍ଦାଜରେ ଦେଇଛନ୍ତି ।

ଟ୍ୱିଟରରେ ଜଣେ ବ୍ୟକ୍ତି ସୋନୁ ସୁଦକୁ କହିଲେ ଭାଇ ଥରେ ଗର୍ଲଫ୍ରେଣ୍ଡ ସହ ଭେଟେଇ ଦିଅ… ବିହାରକୁ ହିଁ ଯିବାର ଅଛି ଏହାର ଉତ୍ତର ସୋନୁ ସୁଦ୍ ମଜାକିଆ ଅନ୍ଦାଜରେ ଦେଇଛନ୍ତି । ସେ କହିଛନ୍ତି କିଛି ଦିନ ଦୂରରେ ରହିକି ଦେଖ ପ୍ରକୃତ ପ୍ରେମର ପରୀକ୍ଷା ମଧ୍ୟ ହୋଇଯିବ । ସୋନୁ ସୁଦଙ୍କ ଏମିତି ଉତ୍ତର ତାଙ୍କ ପ୍ରଶଂସକଙ୍କୁ ବି ପସନ୍ଦ ଆସିଥିଲା । ସୋନୁ ସୁଦ୍ ନିଜ ଆଡ଼ୁ ଲୋକଙ୍କ ଦୁଃଖ ବୁଝି ତାଙ୍କୁ ଘରେ ପହଞ୍ଚାଇବାକୁ ଖୁବ ପ୍ରୟାସ କରୁଛନ୍ତି ।

କିଏ ତାଙ୍କୁ ଭଗବାନ କହୁଛି ତ କିଏ ତାଙ୍କୁ ସୁପର ହିରୋ କହୁଛି

ସୋନୁ ପ୍ରାୟ ପ୍ରତ୍ୟେକ ଲୋକଙ୍କୁ ଟ୍ୱିଟର ମାଧ୍ୟମରେ ଉତ୍ତର ଦେଉଛନ୍ତି । ଏବଂ ସୋନୁ ସେମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି କି ସେ ତାଙ୍କୁ ସାହାଯ୍ୟ କରିବେ ଏବଂ ତାଙ୍କୁ ତାଙ୍କ ଘରେ ପହଞ୍ଚାଇବାକୁ ସବୁ ପ୍ରକାର ଚେଷ୍ଟା କରିବେ । ତେଣୁ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସା  ମଧ୍ୟ ଚାଲିଛି । କିଏ ତାଙ୍କୁ ଭଗବାନ କହୁଛି ତ କିଏ ତାଙ୍କୁ ସୁପର ହିରୋ କହୁଛି । କେବଳ ସେତିକି ନୁହେଁ ବିହାରର ଏକ ଗାଁରେ ଲୋକେ ସୋନୁ ସୁଦଙ୍କ ପ୍ରତି ମୂର୍ତ୍ତି ତିଆରି କରିବାର ପ୍ରସ୍ତୁତି କରୁଛନ୍ତି । କିନ୍ତୁ ସେମାନଙ୍କୁ ସୋନୁଙ୍କ ଉତ୍ତର ହେଉଛି, ସେହି ଟଙ୍କାକୁ ଗରିବଙ୍କୁ ସାହାଯ୍ୟ କରିବାରେ ବ୍ୟୟ କରାଯାଉ ।

Leave a Reply