ନେତୃତ୍ୱ ବିବାଦ ଭିତରେ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି ! ନୂଆ ସଭାପତି ବାଛିବ କଂଗ୍ରେସ

1 min read

ନୂଆଦିଲ୍ଲୀ: କଂଗ୍ରେସ କନ୍ଦଳରେ ନୂଆ ମୋଡ଼ । ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇପାରନ୍ତି ସୋନିଆ ଗାନ୍ଧି । ଦୀର୍ଘ ଦିନ ଧରି ଦଳରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ ନେଇ ଦାବି ଉଠି ଆସୁଛି । ଏଭଳି ସ୍ଥିତିରେ ଦଳରେ ଆମୁଳଚୂଳ ପରିବର୍ତ୍ତନ ନେଇ ଦଳର ୨୩ ଜଣ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି ।

CONGRESS

ଦୀର୍ଘ ଦିନ ଧରି କଂଗ୍ରେସ ସଂଗଠନ ସ୍ତରରେ ପରିବର୍ତ୍ତନ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଦଳର ଶୀର୍ଷ ନେତୃତ୍ୱଙ୍କ ପାଇଁ କଂଗ୍ରେସ ୨ ଭାଗରେ ବାଣ୍ଟି ହେଉଥିବା ଦେଖାଯାଉଛି । ଗୋଟିଏ ପକ୍ଷ ଦଳରେ ନେତୃତ୍ୱ ସହିତ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ଦାବି କରୁଛନ୍ତି । ଅନ୍ୟପଟେ ଆଉ ଏକ ପକ୍ଷ ଗାନ୍ଧି ପରିବାରକୁ ବାଦ୍ ଦେଇ ଅନ୍ୟ କେହି ଦଳର କମାଣ ସମ୍ଭାଳିବା ପକ୍ଷରେ ନାହାଁନ୍ତି ।

କଂଗ୍ରେସ ନେତା ସଞ୍ଜୟ ନିରୁପମଙ୍କ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ ଅଧ୍ୟକ୍ଷ କରିବାକୁ ବିରୋଧ କରିଛନ୍ତ । ଅମରିନ୍ଦର କହିଛନ୍ତି- ବର୍ତ୍ତମାନ ସମୟ ନେତୃତ୍ୱ ପରିବର୍ତ୍ତନର ନୁହେଁ । ଏବେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଥିବା ଏନଡିଏ ବିପକ୍ଷରେ ମଜଭୁତ୍ ବିରୋଧୀଙ୍କ ଆବଶ୍ୟକତା ରହିଛି ।

FILE

ମିଳିଥିବା ସୂଚନା ଅନୁସାରେ ସୋନିଆ ଗାନ୍ଧି ଦଳର ସହଯୋଗୀଙ୍କୁ କହିଛନ୍ତି- ସେ ବର୍ଷେ ହେଲା ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଲେଣି । ସେ ଏବେ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ଚାହୁଁଛନ୍ତି । ଅନ୍ୟପଟେ ଆସନ୍ତାକାଲି ସୋମବାର କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ । ବୈଠକରେ ସଂଗଠନ ପ୍ରସଙ୍ଗରେ ଆଲୋଚନା କରାଯିବା ନେଇ ଆଶା କରାଯାଉଛି ।

ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନେଇ ସୋନିଆଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା

Leave a Reply