କଂଗ୍ରେସ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

Sonia Gandhi Calls Virtual Meet of Congress Lok Sabha MPs today

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଆର୍ଥିକ ସ୍ଥିତିକୁ ନେଇ ବିଭିନ୍ନ ରାଜନୈତି ଦଳର ଚିନ୍ତା ବଢୁଛି । କରୋନାର ମୁକାବିଲା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ସଟଡାଉନ ଲାଗି ରହିଛି । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ଦେଶର ଆର୍ଥିକ ସ୍ଥତି । କରୋନା ତା ବିସ୍ତାରର ଯେତିକି ସମୟ ନେଉଛି ସେତିକି ଦୁର୍ବଳ ହେବାରେ ଲାଗିଛି ଦେଶରେ ଆର୍ଥିକ ସ୍ଥିତି ।

ଏନେଇ ଆଜି ଦଳର ସମସ୍ତ ସାଂସଦଙ୍କ ସହ ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବା ନେଇ ସୂଚନା ମିଳିଛି । କରୋନା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ନେଇ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । କରୋନା ଲକଡାଉନ ଯୋଗୁଁ ଦେଶର ଆର୍ଥୀକ ସ୍ଥିତି ଓ ଚୀନ ସୀମା ବିବାଦକୁ ନେଇ ଲଗାତାର ମୋଦୀଙ୍କୁ ଟାର୍ଗେଟ୍ କରି ଆସୁଛି କଂଗ୍ରେସ । ଏହାସହ ଲଗାତାର ପେଟ୍ରୋଲିୟମ ଦର ବୃଦ୍ଧି ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରି ପାରନ୍ତି କଂଗ୍ରେସ ଅଧ୍ୟକ୍ଷା ।

କେବଳ ସେତିକୁନୁହେଁ ପୂର୍ବରୁ ଏସବୁ ବିଷୟ ଉପରେ ସରକାର କୌଣସି ଆଲୋଚନା ନକରି କିପରି ନୀତିଗତ ନିଷ୍ପତ୍ତି ନେଉଛନ୍ତି ବୋଲି ସୋନିଆ ବାରମ୍ବାର ଅଭିଯୋଗ ଆଣୁଛନ୍ତି । କୁହାଯାଉଛି ସୋନିଆ ଡକାଇଥିବା ଏହି ବୈଠକରେ ଏସମସ୍ତ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ତେଣୁ ଆଜିର ବୈଠକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହାସହ ୧୦ ଅଗଷ୍ଟରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି । ଏହାକୁ ବଢାଇବାକୁ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ହେବ । ବୈଠକ ପରେ ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟକାଳ ବଢାଇବା ନେଇ ଅବଗତ କରାଇବା ସମ୍ଭାବନା ରହିଛି ।

Leave a Reply