ଏମିତି ବି ମୃତ୍ୟୁ ଆସେ… ବାହାବେଦୀରୁ ବିଦାୟ ନେଲେ ନବବଧୂ

Sonepur Bride Dies During Bidai

ସୋନପୁର: ହାତରେ ଏବେ ଏବେ ପିନ୍ଧିଥିଲେ ସଜ ଶଙ୍ଖା, ସିନ୍ଥିରେ ସଜ ସିନ୍ଦୂର । ବାହାଘର ପରେ ପରିବାର ଠାରୁ ବିଦାୟ ନେଉଛି ଝିଅ । ହେଲେ କାହାରିକୁ ଜଣାନାହିଁ ଝିଅ ଶାଶୂଘର ପରିବର୍ତ୍ତେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଯିବ । ଝିଅ ବିଦାକୀ ଲାଗି ବାପାମାଆ, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ସମସ୍ତେ ବ୍ୟସ୍ତ । ନବବଧୂକୁ ନେଇ ଯିବାକୁ ପ୍ରସ୍ତୁତ ହୋଇ ରହିଥିଲା ବର । ଏତିକି ବେଳେ ଘଟିଲା ଅଘଟଣ ।

Sonepur Bride Dies During Bidai

ବିଦାୟ ବେଳେ କାନ୍ଦି କାନ୍ଦି ନବବଧୂଙ୍କୁ ଆଶ୍ଚର୍ଯ୍ୟଜନକ ମୃତ୍ୟୁ ହୋଇଛି । ଶାଶୂଘରକୁ ଶବାରୀ ପରିବର୍ତ୍ତେ ଉଠିଛି କୋକେଇ । ଏଭଳି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣା । ଯାହାକୁ ନେଇ ଜଡ଼ ପାଲଟି ଯାଇଛି ପୂରା ଜୁଲୁଣ୍ଡା ଗାଁ ।

Sonepur Bride Dies During Bidai

ଗୁରୁବାର ଝିଅ ରୋଜିର ବାହାଘର କରିଥିଲେ ମୂରଲୀଧର । ଭୋଜିଭାତ ହୋଇଥିଲା, ଶାହାନାଇ ବି ବାଜିଥିଲା । ଶୁକ୍ରବାର ସକାଳେ ନବବିବାହିତ ଦମ୍ପତିଙ୍କୁ ବିଦାୟ ଦେଉଥିଲେ ବନ୍ଧୁ ପରିବାର । ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଯିବାକୁ ମାନୁ ନଥିଲା ରୋଜିଙ୍କ ମନ । କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଅଞ୍ଚଳ । ହଠାତ୍ ଘଟିଗଲା ଅଘଟଣ । କାନ୍ଦୁ ଥିବା ରୋଜି ହଠାତ୍ ଚେତା ହରାଇ ତଳେ ପଡ଼ି ଯାଇଥିଲେ ।

Sonepur Bride Dies During Bidai

ରୋଜିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ରୋଜିଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଅତ୍ୟଧିକ କାନ୍ଦ ଯୋଗୁଁ ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିଲେ । ବିବାହର ହସଖୁସିର ମାହୋଲ୍ ନିମିଷକେ ମଳିନ ପଡ଼ି ଯାଇଥିଲା । ଆନନ୍ଦର ଉତ୍ସବରେ ସୃଷ୍ଟି ହୋଇଥିଲା ଅଶ୍ରୁର ପରିବେଶ ।

Leave a Reply