ଘରକୁ ଫେରି ପାରିଲେନି ମାଆ, ପୁଅ; ଅଧାବାଟରେ ଉପରୁ ଖସିପଡ଼ିଲା ମୃତ୍ୟୁ

ନୂଆପଡ଼ା: ସିନାପାଲି ଥାନା ମଖାପଦର ଗାଁରେ ଅଘଟଣ ଘଟିଛି । ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ସମୟରେ ଚାଲିଯାଇଛି ମାଆ ଓ ପୁଅଙ୍କ ଜୀବନ । ଘରକୁ ଫେରିବା ବାଟରେ ସେମାନଙ୍କ ଉପରେ ୧୧ କେଭି ବିଦ୍ୟୁତ୍ ତାର ଛିଡ଼ି ପଡ଼ିଥିଲା ।ସେହିଠାରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ମାଆ ତରୁ ଚଣ୍ଡୀ, ୮ ବର୍ଷର ପୁଅ ଦୁଷିଲା ଚଣ୍ଡୀ । ଘର ନିର୍ମାଣ କାର୍ଯ୍ୟ ସାରି ପୋଖରୀରେ ଗାଧୋଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।

Leave a Reply