ଭାରତର ଏହି ସବୁ ସ୍ଥାନରେ ପାଳନ କରାଯାଏ ନାହିଁ ରାକ୍ଷୀ ପୂର୍ଣ୍ଣିମା, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଏଠାରେ ରାକ୍ଷୀ ପୂର୍ଣ୍ଣିମା ପାଳନକୁ ଅଶୁଭ ବୋଲି କୁହନ୍ତି

ଆଜି ଶ୍ରାବଣ ମାସ ପୂର୍ଣ୍ଣିମା ଏବଂ ପୁରା ଦେଶରେ ଆଜିର ଦିନରେ ଲୋକମାନେ ଭିନ୍ନ ଭିନ୍ନ ପର୍ବ ପାଳନ କରନ୍ତି । କିନ୍ତୁ ଖାସ କରି ଆଜିର ଦିନରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ ଏବଂ ସ୍ନେହ ପୂର୍ବକ ଉପହାର ପାଇଥାଏ । ଭଉଣୀର ରକ୍ଷା କରିବା ପାଇଁ ଭାଇ ପ୍ରତିଶୃତି ଦେଇଥାଏ । କିନ୍ତୁ ଅନେକ ଗାଁରେ ଲୋକମାନେ ରାକ୍ଷୀ ନାଆକୁ ଘୃଣା କରନ୍ତି । ଏଠାରେ ଲୋକମାନଙ୍କ ପାଇଁ ରାକ୍ଷୀକୁ ଏମିତି ଏକ ପର୍ବ ଯାହା ତାଙ୍କଠାରୁ ସବୁକିଛି ଛଡ଼େଇନେଇଥିଲା । ଖରାପ ସ୍ମୃତି ଯୋଗୁଁ ପିଢ଼ି ପିଢ଼ି ଧରି ଏଠାରେ ଲୋକମାନେ ରାକ୍ଷୀ ପୂର୍ଣ୍ଣିମା ପାଳନ କରନ୍ତି ନାହିଁ  ।

ସେହି କଳା ଦିନକୁ ମନେ ପକାଇ ଲୋକେ ସେଠାରେ ରାକ୍ଷୀ ପାଳନ କରନ୍ତି ନାହିଁ  

ରାଜସ୍ଥାନର ପାଲୀ ଗାଁରେ ପାଲୀବାନ ବଂଶର ଲୋକ ରୁହନ୍ତି । ଏହି ଗାଁର ଲୋକମାନେ ଏବେ ଦେଶର ବିଭିନ୍ନ ଯାଗାରେ ବାସ କରୁଛନ୍ତି । କିନ୍ତୁ ଏହି ଗାଁ ସହିତ ରାକ୍ଷୀକୁ ନେଇ ଏମିତି କାହାଣୀ ରହିଛି ଯେଉଁଥିପାଇଁ ଏଠିକାର ଲୋକମାନେ ରାକ୍ଷୀ ପାଳନ କରନ୍ତି ନାହିଁ । ଏହି ଗାଁର ଲୋକଙ୍କ ପାଇଁ ରାକ୍ଷୀ ଏକ କଳା ଦିବସ କାରଣ ୧୨୩୦ ଖ୍ରୀଷ୍ଟାବ୍ଦରେ ରାକ୍ଷୀ ପୂର୍ଣ୍ଣିମା ଦିନ ମୋହମ୍ମଦ ଗୋରୀ ଏହି ଗାଁକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସଂଖ୍ୟାଧିକ ଲୋକ ମୃତ୍ୟବରଣ କରିଥିଲେ । ଏହି ଘଟଣା ପରେ ପ୍ରାୟ ୮୦୦ ବର୍ଷ ହେବ  ଗାଁର ଲୋକମାନେ ରାକ୍ଷୀ ପାଳନ କରୁନାହାନ୍ତି ।

ରାକ୍ଷୀ ବାହାନାରେ ଧୋକା, ଭାଇମାନେ ପିନ୍ଧିଲେନି ରାକ୍ଷୀ

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲା ବିଷୟରେ ପୁରାଣରେ ଉଲ୍ଲେଖ ରହିଛି ଯେ ଏଠାରେ ଭଗବାନ ବିଷ୍ଣୁଙ୍କ କଳକୀ ଅବତାର ହେବ । ଏହି ଜିଲ୍ଲାର ଏକ ଗାଁ ବେନୀପୁର ସହ ଇତିହାସର ଏମିତି ଏକ କାହାଣୀ ଯୋଡ଼ି ହୋଇ ରହିଛି ଯେଉଁ କାରଣରୁ ଲୋକମାନେ ଏଠାରେ ରାକ୍ଷୀ ବାନ୍ଧିବା ପାଇଁ ଭୟ କରନ୍ତି । ଯାଦବ ମାନଙ୍କ ଏହି ଗାଁରେ ଲୋକମାନେ ରୀକ୍ଷୀକୁ ଏକ ଏମିତି ପର୍ବ ମାନନ୍ତି ଯାହା କାରଣରୁ ମଣିଷକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଗାଁର ଲୋକମାନେ ଏହା ଏଥିପାଇଁ ଭାବନ୍ତି ଯେ, ଦିନଥିଲା ଗାଁରେ ଲୋକମାନେ ଖୁବ ଧୁମଧାମରେ ପାଳନ କରୁଥିଲେ । କିନ୍ତୁ ଜଣେ ଭଉଣୀ ଏଭଳି ବିଶ୍ୱାସଘାତକ କଲା ଯେ ସେବେଠାରୁ କେହି ରାକ୍ଷୀ ପାଳନ କରନ୍ତି ନାହିଁ । ସୂଚନା ଅନୁଯାୟୀ ଏହି ଗାଁର ଲୋକମାନେ ଅନ୍ୟତ୍ର ରହୁଥିଲେ ଏବଂ ତାଙ୍କର ଠାକୁର ମାନଙ୍କ ସହିତ ଭଲ ବନ୍ଧୁତ୍ୱ ଥିଲା । କିନ୍ତୁ ଠାକୁର ଏହା ପଛରେ ଏକ ଷଡ଼ଯନ୍ତ୍ର ରଚୁଥୁଲା ।  ଯାଦବ ଗାଁର ଜମିଦାରୀ ପାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଥରେ, ରାକ୍ଷୀ ପୂର୍ଣ୍ଣିମା ଅବସରରେ, ଠାକୁରଙ୍କ ଝିଅମାନେ ଯାବଦଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ, ରାକ୍ଷୀ ବାନ୍ଧିବା ପୂର୍ବରୁ ଭଉଣୀ ମାନେ ଏକ ପ୍ରତିଶୃତି ମାଗିଲେ ଯେ, ସେ ଯାହା ମାହିବେ ତାଙ୍କୁ ତାହା ଦେବାକୁ ପଡ଼ିବ । ସତେବେଳେ ଯାବଦ ଭାଇ ମାନେ ହସିକି ପ୍ରତିଶୃତି ଗ୍ରହଣ କରିଥିଲେ । କିନ୍ତୁ ରାକ୍ଷୀ ବାନ୍ଧିବା ପରେ ଯେତେବେଳେ ଭଉଣୀମାନେ ଗାଁର ଜମିଦାରୀ ଦାବି କଲେ, ସେତେବେଳେ ଯାଦବ ଭାଇମାନେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରତିଶୃତି ରକ୍ଷା କରିବାକୁ ଯାଇ ଭାଇମାନେ ଗାଁର ଜମିଦାରୀ ଦେଇ ଦେଇଥିଲେ ସତ କିନ୍ତୁ ଗାଁ ଛାଡ଼ିବା ପରେ ଶପଥ ନେଇଥିଲେ ଯେ ସେ ଆଉ କେବେ ରାକ୍ଷୀ ପିନ୍ଧିବେ ନାହିଁ ।

ଏମାନଙ୍କ ପାଇଁ ଦୁଃଖର ଦିନ ହେଉଛି ରାକ୍ଷୀ  

ଉତ୍ତର ପ୍ରଦେଶର ମୁରାଦନଗରରେ ଏକ ଗାଁ ଅଟେ ସୁରାଠୀ । ଏହି ଗାଁ ସହିତ ଅତୀତର ତୀକ୍ତ ସ୍ମୃତି ଯୋଡ଼ି ହୋଇରହିଛି । ଏହାକୁ ମନେ ପକାଇ ବର୍ଷ ବର୍ଷ ଧରି ଲୋକମାନେ ରାକ୍ଷୀ ପାଳନ କରନ୍ତି ନାହିଁ  । ଗାଁର ଲୋକମାନେ ନିଜକୁ ପୃଥ୍ୱୀରାଜ ଚୌହାନଙ୍କ ବଂଶଜ ମାନନ୍ତି । କଥା ରହିଛି ଯେ ମୋହମ୍ମଦ ଗୋରୀ ଜାଣିବାକୁ ପାଇଲେ ଯେ ଗାଁରେ ପୃଥ୍ୱୀରାଜଙ୍କ ବଂଶଜ ବାସ କରନ୍ତି । ଗୋରୀ ନିଜ ସେନା ସହିତ ଗାଁ ଉପରେ ଆକ୍ରମଣ କରିଥିଲେ ଓ ଲୋକମାନଙ୍କୁ ହାତି ପାଦ ତଳେ ଚାପି ମାରିଦେଇଥିଲେ । ସଂଯୋଗରେ ସେହି ସମୟରେ ସୋହରଣ ସିଂହଙ୍କ ପତ୍ନୀ ରାଜବତୀ ଯିଏ ଗର୍ଭବତୀ ଥିଲେ ନିଜ ବାପଘରକୁ ଯାଇଥିଲେ । ସେ ଯେତେବେଳେ ଫେରି ଆସିଲେ ସେ ଏ ସମସ୍ତ ଘଟଣା ଜାଣିବାକୁ ପାଇଲେ ।  ରାଜବତୀ ଦୁଇ ପୁଅଙ୍କୁ ଜନ୍ମ ଦେଇଥିଲେ ଯିଏ ଲାଖି ଏବଂ ଚୁପଡ଼ା ନାମରେ ନାମିତ ହେଲେ । ସେ ପୁଣି ଥରେ ଏହି ଗାଁକୁ ତିଆରି କରିଥିଲେ । କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ଦିନ ଘଟିଥିବା ଏହି ଅଘଟଣାକୁ ଆଜି ଯାଏ କେହି ଭୁଲି ପାରି ନାହାନ୍ତି, ସେଥିପାଇଁ କେହି ଏଠାରେ ପାକ୍ଷୀ ପାଳନ କରି ନାହାନ୍ତି ।

ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାର ଜଗତପୁର

ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାର ଭିଖମପୁର ଜଗତପୁର ଗାଁରେ ରାକ୍ଷୀ ପର୍ବ ପାଳନ କରିବା ତ ଦୂରର କଥା, ଲୋକମାନେ ଏଠାରେ ଏହି ପର୍ବ ବିଷୟରେ ଉଲ୍ଲେଖ କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ବାସ୍ତବରେ, ଏହି ଗ୍ରାମରେ ପ୍ରାୟ ୬୫ ବର୍ଷ ପୂର୍ବେ ରାକ୍ଷୀ ପୂର୍ଣ୍ଣିମା ଦିନ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଲୋକମାନେ ରାକ୍ଷୀ ପାଳନ କରିବା ବନ୍ଦ କରିଦେଲେ । ପରେ ଯୁବକମାନେ ଉତ୍ସାହର ସହ ଏହି ପର୍ବ ପୁଣି ପାଳନ କରିବା ଆରମ୍ଭ କଲେ କିନ୍ତୁ ରାକ୍ଷୀ ପାଳନ କରିବା ପରେ ଅନେକ ଅଶୁଭ ଘଟଣା ଘଟିବାକୁ ଲାଗିଲା । ସେବେଠାରୁ ଏହା ଲୋକଙ୍କ ମନରେ ପରିଣତ ହୋଇଛି ଯେ ରାକ୍ଷୀ ପାଳନ କଲେ ଅଶୁଭ ସୂଚନା ଅସିବ ସେଥିପାଇଁ ଲୋକମାନେ ରକ୍ଷୀ ପାଳନ କରନ୍ତି ନାହିଁ ।

ଏହି ତିକ୍ତ ସ୍ମୃତି ପାଇଁ ଲୋକମାନେ ପାଳନ କରିନ୍ତି ନାହିଁ ରାକ୍ଷୀ

ଉତ୍ତରପ୍ରଦେଶର ଏକ ଗାଁ ଧୌଲାନାର ସାଠା ଅଞ୍ଚଳରେ ଲୋକମାନେ ରାକ୍ଷୀ ପାଳନ କରନ୍ତି ନାହିଁ। ଏହାର କାରଣ ମଧ୍ୟ ଦୁଃଖଦାୟକ । ଏହି ଗାଁର ଲୋକମାନେ ନିଜକୁ ମହାରଣା ପ୍ରତାପଙ୍କ ବଂଶଜ ବୋଲି ଭାବନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ମହାରଣା ପ୍ରତାପ ପରାଜୟର ସମ୍ମୁଖୀନ ହୋଇଥିଲେ ଏବଂ ଯୁଦ୍ଧରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ। ତେଣୁ, ଏଠାରେ ଲୋକମାନେ ରାକ୍ଷୀଙ୍କୁ ଶୋକ ଦିବସ ଭାବରେ ଗ୍ରହଣ କରନ୍ତି ।

Leave a Reply