ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ପପୁ ଓ ବିଦ୍ୟାଶ୍ରୀ ମୁହାଁମୁହିଁ

1 min read

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଜାରି ରହିଛି । ତାଙ୍କୁ ହତ୍ୟା କରାଯାଇଛି ନା ସେ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ? ଏହାକୁ ନେଇ ଅନେକ ଥିଓରି ଆସୁଛି । ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ମଧ୍ୟର ସମ୍ପର୍କ ଠିକ୍ ନଥିଲା । ଆଦିତ୍ୟ ବାହା ହୋଇ ଭୁଲ କରିଛନ୍ତି ବୋଲି କହିଥିଲେ । ଏଭଳି ଆଗରୁ କହିଛନ୍ତି ଆଦିତ୍ୟଙ୍କ ବନ୍ଧୁ ତଥା ପିପୁଲ ଫର ସେବାର ସଦସ୍ୟ ପପୁ । କିନ୍ତୁ ପପୁଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଦ୍ୟାଶ୍ରୀ । ବିଦ୍ୟାଶ୍ରୀଙ୍କ ଅନୁସାରେ ପପୁ ସଂଗଠନ ଅର୍ଥରୁ ୭୦ ହଜାର ଟଙ୍କା ନେବାକୁ ମାନସିକ ଅଶାନ୍ତି ଭିତରେ ଥିଲେ ଆଦିତ୍ୟ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପପୁ ।
ଶୁକ୍ରବାର ଦିନ ନନ୍ଦିଘୋଷ ଟିଭିରେ ଉଭୟ ପକ୍ଷ ନିଜ ମତ ରଖି ଆଦିତ୍ୟଙ୍କ ମୃତ୍ୟୁ ପାଇଁ ପରସ୍ପରକୁ ଦାୟି କରିଛନ୍ତି । ପପୁଙ୍କ ଅଭିଯୋଗ ଥିଲା ଯେ, ବିଦ୍ୟାଶ୍ରୀଙ୍କୁ ନେଇ ଆଦିତ୍ୟ ଚିନ୍ତାରେ ରହୁଥିଲେ । ବାହା ହୋଇ ଭୁଲ କରିଛି ବୋଲି କହିଥିଲେ । ଯାହାର ଉତ୍ତର ଦେଇ ବିଦ୍ୟାଶ୍ରୀ କହିଥିଲେ ଯେ,ପପୁ ୭୦ ହଜାର ଟଙ୍କ ନେବା ପରେ ଆଦିତ୍ୟ ମାନସିକ ଅବସାଦ ଭିତରକୁ ଯାଇଥିଲେ । ଆଦିତ୍ୟଙ୍କ ଆତ୍ମହତ୍ୟା ପାଇଁ ବିଦ୍ୟାଶ୍ରୀ ପରୋକ୍ଷରେ ପପୁଙ୍କୁ ଦାୟୀ କରିଛନ୍ତି । କିନ୍ତୁ ପପୁଙ୍କ କହିବା ହେଉଛି ମାତ୍ର ୭୦ ହଜାର ଟଙ୍କା ପାଇଁ ଆଦିତ୍ୟ କେବେ ମଧ୍ୟ ଆତ୍ମହତ୍ୟା କରିବେ ନାହିଁ ।

https://www.facebook.com/NandighoshaTV/videos/205268304131894/

ଆଦିତ୍ୟ ମୃତ୍ୟୁ ମାମଲା, ଜିଆରପି ମାଗିଲା ଟ୍ରେନ୍ ତାଲିକା

Leave a Reply