କରୋନା ମୁକାବିଲା: ଲକ୍ ଡାଉନ ସମୟରେ କିପରି କାର୍ଯ୍ୟ କରିଥିଲା ସରକାରୀ ସୋଲସିଆଲ ମିଡିଆ…ଜାଣନ୍ତୁ

1 min read

ନୂଆଦିଲ୍ଲୀ, ଚଳିତ ବର୍ଷ ପ୍ରାରମ୍ଭରୁ କରୋନା ସାମାଜିକ ,ଆର୍ଥିକ ଓ ପ୍ରଶାସନିକ କ୍ଷେତ୍ରକୁ ପ୍ରଭାବିତ କରିଚାଲିଛି । ଏହି ସମୟରେ ସିଧାସଳଖ ଯୋଗାଯୋଗ ଅପେକ୍ଷା ସାମାଜିକ ଗଣମାଧ୍ୟମଜନିତ ଯୋଗଦାନ ଅଧିକ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ଓ ପରିଚାଳନା କରିଚାଲିଛନ୍ତି ।

MyGov ୱେବସାଇଟରେ କରୋନା ପାଇଁ ଏକ ସ୍ୱତନ୍ତ୍ର ପୃଷ୍ଠା ଖୋଲାଯାଇଥିଲା । ଏହି ପୃଷ୍ଠା ଜରିଆରେ ଗତ ୧୪ ତାରିଖ ସୁଦ୍ଧା ୯.୭୧ କୋଟିରୁ ଅଧିକ ପେଜ୍ ଭିୟୁ ରେକର୍ଡ କରାଯାଇଛି ।ସେହିପରି ୯୦୧୩୧୫୧୫୧୫ ଏବଂ ୯୦୧୩୩୫୩୫୩୫ ନମ୍ବରରେ ହ୍ୱାଟସଅପ ଯୋଗାଯୋଗ ଅଭିଯାନ ଆରମ୍ଭ କରାଯାଇଥିଲା । ଚଳିତବର୍ଷ ମାର୍ଚ୍ଚ ୧୯ରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାରେ ଗତ ୧୪ ତାରିଖ ସୁଦ୍ଧା ୨.୯୯ କୋଟି ଲୋକ ବ୍ୟବହାର କରିଛନ୍ତି । ଏହି ପ୍ରକ୍ରିୟାରେ ୮୧.୦୧ ମିଲିୟନ ବ୍ୟବହାରକାରୀ ବାର୍ତ୍ତା ଆଦାନ ପ୍ରଦାନ କରିଛନ୍ତି । ଅନୁରୂପଭାବେ କରୋନା ସଚେତନତା ପାଇଁ ଖୋଲାଯାଇଥିବା ଟେଲିଗ୍ରାମ ମୋବାଇଲ ଆପଦ୍ୱାରା ୨୬.୧୭ ଲକ୍ଷ ବ୍ୟବହାରକାରୀ ଯୋଡି ହୋଇଛନ୍ତି ।

ଅନ୍ୟ ଏକ ଫେସବୁକ୍ ଫେଜ କରୋନା ହବ୍ ୧୨.୨ ଲକ୍ଷ ବ୍ୟବହାରକାରୀଙ୍କୁ ଫଲୋଅର ରୂପେ ପାଇଥିଲା । ଏହିପରି ଭାବେ ଫେସବୁକ୍ ଜରିଆରେ ୨୮୯.୮୭ କୋଟି ରିଚ୍ ମିଳିଥିଲା । ଟୁଇଟର ଇମ୍ପ୍ରେସନ ଜରିଆରେ ୧୭.୫୩ କୋଟି ଭିୟୁ, ଇନଷ୍ଟାଗ୍ରାମ ଦ୍ୱାରା ୧୨.୮୪ କୋଟି ଇମ୍ପ୍ରେସନ ମିଳିଥିଲା । ଅନୁରୂପଭାବେ ୟୁଟ୍ୟୁବ ଜରିଆରେ ୭.୩୯ ମିଲିୟନ ଥର ଲୋକ ଦେଖିଥିଲେ । ମାର୍ଚ୍ଚ ୨୨ରେ କରାଯାଇଥିବା ଜନତା କର୍ଫ୍ୟୁ  କରାଯାଇଥିଲା । ଏହି ଦିନ I Support Janata Curfew ନାଁରେ ଅନ୍ ଲାଇନ ଶପଥଦ୍ୱାରା ୯.୧୮ ଲକ୍ଷ ଲୋକ କରୋନା ମୁକାବିଲା ସମ୍ପର୍କିତ ଶପଥ ନେଇଥିଲେ । ସେହିପରି I pledge to stay Home ପେଜ୍ ଜରିଆରେ ୮.୩୯ ଲକ୍ଷ ଲୋକ ଶପଥ ନେଇଥିଲେ ।

 

ସେହିପରି MyGov ଆପ୍ ଦ୍ୱାରା ୧.୫୬ ଲକ୍ଷ ପରାମର୍ଶ ସରକାରଙ୍କୁ ଜନସାଧାରଣ ପ୍ରଦାନ କରିଛନ୍ତି । ଏହି ସମୟରେ ସ୍ଥାନ୍ତାନ୍ତର, ରହିବା ଇତ୍ୟାଦି ସମସ୍ୟା ମଧ୍ୟ ଉପୁଜିଥିଲା । ତେଣୁ ଜନସାଧରଣ ରାତିରେ ରହିବା, ଖାଇବା ଇତ୍ୟାଦି ବ୍ୟବସ୍ଥା ପାଇଁ ନାଇଟ ସେଲ୍ଟରଗୁଡିକ ଅନ୍ ଲାଇନ ଟ୍ୟାଗ ହୋଇଥିଲା । ଏହିପରି ଭାବେ୧୧ ହଜାର ଖାଦ୍ୟ ବଣ୍ଟନ ତଥା ରାତ୍ରିକାଳୀନ ରହିବା ବ୍ୟବସ୍ଥା ହୋଇଥିଲା । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ୭୪୩ ସହରରେ ଏହି ବ୍ୟବସ୍ଥା କରାଯାଇଥିଲା । ଉପରୋକ୍ତ ବ୍ୟବସ୍ଥାକୁ ବାଦ୍ ଦେଲେ ୧୪୮ ପଡ୍ କାଷ୍ଟ ମଧ୍ୟ କରାଯାଇଛି ।

ଲୋକ ସଭା ଏମପି ଏନ୍ କେ ପ୍ରେମ ଚନ୍ଦ୍ରନଙ୍କ ଅଣତାରାକା ପ୍ରଶ୍ନ ନଂ ୧୬୮୯ର ଉତ୍ତର ରଖି ଇ ଏବଂ ଆଇଟି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ହେଗଡେ ଏହି ଉତ୍ତର ପ୍ରଦାନ କରିଛନ୍ତି ।

Leave a Reply