BREAKING NEWS
ରାଜଧାନୀରେ ରାଲି, ଧାରଣା ଓ ବିକ୍ଷୋଭ ମନା ।ଏଭଳି ଘଟଣା ନଜରକୁ ଆସିଲେ ହେବ ତୁରନ୍ତ ଓ ତ୍ୱରିତ ଆକ୍ସନ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବିକ୍ଷୋଭ, ରାଲି କିମ୍ବା ଆନ୍ଦୋଳନ କରିବାକୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାରଣ କରାଯାଇଛି ।ବୁର୍ଲା ଭିସୁଟରୁ ୪ କର୍ମଚାରୀ କରୋନା ପଜିଟିଭ ବାହାରିବା ଘଟଣା । ଆସନ୍ତା ୧୧ ଯାଏଁ ବୁର୍ଲା ଭିସୁଟ ବନ୍ଦ । କର୍ମଚାରୀଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ,ଏପଟେ ରବିବାର ସଟଡାଉନରେ ରହିବ ସମ୍ବଲପୁର ଜିଲ୍ଲା ।ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ପାରାଦୀପ ବନ୍ଦର… ଚଳିତ ଆର୍ଥିକ ବର୍ଷର ମାତ୍ର ୩ ମାସରେ ରେକର୍ଡ… ୨୫.୭୩ ମିଲିୟନ ମେଟ୍ରିକ ଟନ୍ କାରବାର… ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।ମହାକାଶରେ ହେବ ମହାମିଳନ…ଏକାଠି ହେବେ ୮ ଗ୍ରହ ସହ ପ୍ଲୁଟୋ… ସାରା ବିଶ୍ୱ ଦେଖିବ ପୂର୍ଣ୍ଣ ଗ୍ରହ ସଂରଚନା… ଜ୍ୟୋତିର୍ବିଦଙ୍କ ଗଣନା, ପ୍ରଭାବିତ ହେବ ପାଣିପାଗ ଓ ଜୀବଜଗତ ।ପରୀକ୍ଷାରେ ବ୍ରେକ ଲଗାଇଲା କରୋନା… ଘୁଞ୍ଚିଲା ଜେଇଇ ମେନ ଓ ଆଡଭାନ୍ସ ପରୀକ୍ଷା… ସେପଟେ ଜୁଲାଇ ୩୧ ଯାଏଁ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ଘୋଷଣା ।ଆଜି ଅନଲକ ଇଣ୍ଡିଆ ପାର୍ଟ ୨… ରାଜ୍ୟର ୧୬ ଜିଲ୍ଲାରେ ଶନି-ରବି ସଟଡାଉନ୍ । ସେପଟେ ଏ ସପ୍ତାହରେ ସଟଡାଉନରେ ରହିବନି ପୁରୀ ସହର… ଘର ଘର ବୁଲି ଯାଞ୍ଚ କରିବ ଟିମ୍ ।ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି… ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ୩୨ଟି ପିଲାରେ ଗୋଟେ ଗ୍ରୁପ୍, ସପ୍ତାହରେ ତିନି ଦିନ କ୍ଲାସ୍ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା । ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।ଦେଶରେ ୬ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା… ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ପଜିଟିଭ, ୪୩୪ ମୃତ୍ୟୁ

କରୋନା କାଳ,ସାମାଜିକ ଦୂରତା ଏବଂ ଓଡ଼ିଆ ନେତାଙ୍କ ଆଇନକୁ ସମ୍ମାନବୋଧ

ମାର୍ଚ୍ଚ ଆସୁ ଆସୁ ଦେଶ ଲକଡାଉନ୍ ଭିତରକୁ ଚାଲିଗଲା । ଭାରତୀୟଙ୍କ ଅଭିଧାନରେ କରୋନା କିଛି ନୂଆ ଶବ୍ଦ ଯୋଡି ଦେଇଛି । ଲକଡାଉନ୍ । ସଟ୍ ଡାଉନ୍ ଓ ସାମାଜିକ ଦୂରତା । କରୋନାର କୌଣସି ଔଷଧ ନାହିଁ । ଭ୍ୟାକ୍ସିନ୍ ନାହିଁ । କରୋନାକୁ ନିୟନ୍ତ୍ରଣରେ ରଖାଯାଇପାରିବ ତାହା ବି ଯଦି ସମସ୍ତେ ସାମାଜିକ ଦୂରତା ନିୟମକୁ ସମସ୍ତେ ମାନିବେ । କେନ୍ଦ୍ର ସରକାର କୋଭିଡ୍ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ କହୁଛନ୍ତି ଦୁଇ ଗଜର ଦୂରତା କଥା । ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଗାମୀ କେଇ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମକୁ ସାମାଜିକ ଦୂରତାକୁ ମାନିକରି ଚଳିବାକୁ ପଡିବ ।

congress social distance

କିନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଥାକୁ କେତେ କିଏ ମାନୁଛନ୍ତି ? ସାଧାରଣ ଲୋକଙ୍କ କଥା ଛାଡନ୍ତୁ,ଜନମତ ତିଆରି କରୁଥିବା ରାଜନୈତିକ ଦଳ ଓ ନେତା କୋଭିଡ୍ ଗାଇଡ୍ ଲାଇନକୁ ମାନୁଛନ୍ତି କି ? ନେତାଙ୍କୁ ଜନତା ଅନୁସରଣ କରନ୍ତି । କିନ୍ତୁ ଓଡ଼ିଶାର ନେତା କୋଭିଡ୍ କାଳରେ ସାଧାରଣ ଓଡ଼ିଆଙ୍କ ପାଇଁ କେଉଁଭଳି ଉଦାହରଣ ସୃଷ୍ଟି କରୁଛନ୍ତି ? ସେମାନେ ସାଧାରଣ ଜନତା ପାଇଁ ରୋଲ୍ ମଡେଲ କି ? ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି ଶୁକ୍ରବାର ଦିନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ସାମାଜିକ ଦୂରତା ଉଲ୍ଲଂଘନ ପାଇଁ ୫ଶହ ଟଙ୍କା ତଣ୍ଡ ଗଣିବାକୁ ପଡିଛି । କେବଳ ନିରଂଜନଙ୍କୁ ନୁହେଁ ତାଙ୍କ ସହିତ ତାଙ୍କ ଦଳର ଆଉ କିଛି ନେତାଙ୍କୁ ମଧ୍ୟ ଫାଇନ୍ ଦେବାକୁ ପଡିଛି । ୫ଶହ ଟଙ୍କା ଜଣେ ନେତାଙ୍କ ପାଇଁ କିଛି ଗୋଟିଏ ବଡ କଥା ନୁହେଁ । କିନ୍ତୁ ଗୋଟିଏ ରାଜ୍ୟ ଓ ଏହାର ବାସିନ୍ଦାଙ୍କ ପାଇଁ ଗୋଟିଏ ରାଜନୈତିକ ଦଳର ମୁଖିଆ ଫାଇନ୍ ଗଣିବା ଗୁରୁତ୍ୱ ରଖେ । ଇଏ ସେହି ଦଳର ନେତା ଯାହା ଓଡ଼ିଶାକୁ ବିକଳ୍ପ ଶାସନ ଦେବା କଥା କହୁଛି । କିନ୍ତୁ ସେମାନଙ୍କ ମନରେ ଆଇନ ପାଇଁ ସମ୍ମାନବୋଧ ନାହିଁ । ଯଦି ଥାନ୍ତ ତେବେ ସେମାନେ ବିରୋଧ କାଳରେ ସାମାଜିକ ଦୂରତା ନିୟମକୁ ମାନି ବିକ୍ଷୋଭ କରିଥାନ୍ତେ । ସାଧାରଣ ଓଡ଼ିଆ ତାଙ୍କଠାରୁ କିଛି ଶିଖିଥାନ୍ତେ କିନ୍ତୁ ନା ବିରୋଧୀଙ୍କ ଧର୍ମ ସତେ ଯେମିତି କେବଳ ବିରୋଧ କରିବା । ବିରୋଧ କାଳରେ ସବୁ ନିୟମକୁ ବିସର୍ଜନ କରିଦେବା । କଂଗ୍ରେସ ଦଳର ମହାମହିମ ମାନେ ମାଷ୍ଟରକ୍ୟାଣ୍ଟିନରେ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିକ୍ଷୋଭ କରୁଥିଲେ । କିନ୍ତୁ ବିକ୍ଷୋଭ କାଳରେ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନଥିଲା । ନେତାଏ ପାଖାପାଖି ହୋଇ ବସିଥିଲେ । କର୍ମୀ ଜାକିଜୁକି ହୋଇ । କରୋନା ଏସବୁକୁ ଦେଖି ହୁଏତ ଲାଜେଇ ଯାଇଥିବ ।

aparajita with babu singh

କରୋନା କାଳରେ ସାମାଜିକ ଦୂରତାକୁ ନମାନି ତଣ୍ଡ ଗଣିବା ମାମଲାରେ କେବଳ କଂଗ୍ରେସ ବଦନାମ ହୋଇନି । ଏହି ମାମଲାରେ ବିଜେପି ମଧ୍ୟ ପଛରେ ନାହିଁ । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ଦୁଇଥର ଏଥିପାଇଁ ଅଭିଯୋଗ ଘେରକୁ ଆସିଛନ୍ତି । ପ୍ରଥମେ ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନରେ ରହିବା କାଳରେ ସେ ଦଳୀୟ କର୍ମୀଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ।

hanspal bhumipuja

ଦ୍ୱିତୀୟଥର ପାଇଁ ହଂସପାଳରେ ବ୍ରିଜ୍ ଭୂମିପୂଜା ବେଳେ ସାମାଜିକ ଦୂରତା ଉଲ୍ଲଂଘନର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିଥିଲା । ସେହିଭଳି ଦଳର ଅସନ୍ତୁଷ୍ଠ ନେତାଙ୍କୁ ବୁଝାଇବାକୁ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମଧ୍ୟ ସାମାଜିକ ଦୂରତା ଦୂରକୁ ପଳାଇଥିଲା ।  ଏଥିପାଇଁ ତାଙ୍କୁ ବି ଫାଇନ୍ ଦେବାକୁ ପଡିଥିଲା । ଏସବୁ ଦେଖିଲେ ଲାଗୁଛି ଆମ ନେତା କରୋନା କାଳରେ ମଧ୍ୟ କିଛି ଶିଖିବାକୁ ଚାହୁଁନାହାନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More