କୃଷି ବିଲକୁ ନେଇ ଆମରଣ ଅନଶନ କରିବେନି ଆନ୍ନା ହଜାରେ

1 min read
Social Activist Anna Hazare Cancels Fast Over Farm Reforms

ପୁନେ: ବିଜେପି ନେତା ବୁଝାଇଲେ, ଆନ୍ନ ହଜାରେ ବୁଝିଗଲେ । ତିନି କୃଷି ଆଇନକୁ ନେଇ ଆମରଣ ଅନଶନ କରିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଆନ୍ନ କହିଛନ୍ତି ସେ ଆମରଣ ଅନଶନରେ ବସିବେ ନାହିଁ ।

Social Activist Anna Hazare Cancels Fast Over Farm Reforms

ଆନ୍ନା ହଜାରେ କହିଛନ୍ତି- ‘ମୁଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଛି । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅପରାଧ ନୁହେଁ । ମୁଁ କୃଷକଙ୍କ ସମସ୍ୟା ୩ ବର୍ଷ ଧରି ଉଠାଇ ଆସୁଛି । କୃଷକ ଉତ୍ପାଦିତ ଫସଲର ସଠିକ୍ ମୂଲ୍ୟ ପାଉନଥିବାରୁ ଆତ୍ମହତ୍ୟା କରୁଛନ୍ତି । ସରକାର ଏମଏସପି(ସର୍ବନିମ୍ନ ସହାୟକ ମୂଲ୍ୟ) ୫୦ ପ୍ରତିଶତ ବୃଦ୍ଧି କରିବେ ବୋଲି ସ୍ଥିର କରିଛନ୍ତି, ମୁଁ ସେହି କପି ପାଇଛି ।’

ଏଥିସହ ପଢ଼ନ୍ତୁ- ଚାଷୀଙ୍କ ପ୍ରତି ସମ୍ୱେଦନଶୀଳ ନୁହଁନ୍ତି ସରକାର: ଆନ୍ନା ହଜାରେ

ସେ ଆହୁରି କହିଛନ୍ତି- ‘ମୁଁ କୃଷକଙ୍କୁ ନେଇ ଦାବି କରୁଥିବା ୧୫ଟି ପ୍ରସଙ୍ଗ ଉପରେ ସରକାର କାମ କରିବେ ବୋଲି ଚନ୍ତା କରିଛନ୍ତି । ତେଣୁ ମୁଁ ଶନିବାର ଠାରୁ କରିବାକୁ ଥିବା ଆମରଣ ଅନଶନ ବାତିଲ୍ କରୁଛି ।’ ୮୩ ବର୍ଷୀୟ ଗାନ୍ଧୀବାଦୀ ଆନ୍ନା ହଜାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ କହିଥିଲେ- ‘ମୁଁ ମୋ ଜୀବନର ଶେଷ ଆମରଣ ଅନଶନ ଚଳିତ ମାସ ଶେଷରେ କରିବାକୁ ଯାଉଛି ।’

Leave a Reply