ଚୀନ୍‌ କରୁଛି ବିଷଧର ସାପ ଚାଷ ! କିଙ୍ଗ୍‌ କୋବ୍ରା, ରାଟେଲ୍‌ ସ୍ନେକ୍‌ ବି ଏଥିରେ ସାମିଲ.. ହେଲେ କହିଁକି ?

Snake Farming In China For Medicinal And Food Purpose

ସାରା ବିଶ୍ୱ ଏବେ ଚୀନ୍‌ ଉପରେ ଅସନ୍ତୋଷ । କାରଣ ଚୀନ୍‌ରୁ ଆରମ୍ଭ ହୋଇଛି କରୋନା ଭାଇରସ୍‌ । ଆଉ ଏହି ଭାଇରସ୍‌ ଏବେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଅନ୍ୟପଟେ ଏହି ଭାଇରସ୍‌ ଯୋଗୁଁ ସାରା ବିଶ୍ୱ ଏବେ ଚୀନ୍‌ର ଖାଦ୍ୟ ପାନୀୟ ବିଷୟରେ ମଧ୍ୟ ଜାଣିବାକୁ ପାଇଛି । ସମସ୍ତେ ଏବେ ଅବଗତ ହୋଇଛନ୍ତି ଯେ, ଚୀନ୍‌ବାସୀ କିଭଳି କୁକୁର, ସାପ, ବାଦୁଡ଼ି ଆଦି ଖାଇଥାନ୍ତି । କେହି କେହି କହୁଛନ୍ତି ଯେ, ବାଦୁଡ଼ିରୁ କରୋନା ଭାଇରସ୍‌ ଉତ୍ପନ୍ନ ହୋଇଛି । ତେବେ ଚୀନ୍‌ର ଏଭଳି ଖାଦ୍ୟ ପାନୀୟକୁ ଦେଖି ସାରା ବିଶ୍ୱ ବି ଆଚମ୍ବିତ ହୋଇଛି ।

ଏମିତି ପରିସ୍ଥିତିରେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି । ତାହା ହେଲା ଚୀନ୍‌ରେ ବିଷଧର ସାପ ଚାଷ କରାଯାଏ । ଏହି ଚାଷ ଦ୍ୱାରା ଅଧିକରୁ ଅଧିକ ବିଷ ଧର ସାପ ଉତ୍ପାଦନ କରାଯାଏ । ଚୀନରେ ଜିସିକିୟାୟୋ ନାମକ ଏକ ଗାଁ ରହିଛି । ଯେଉଁଠି ଏହି ସାପ ଚାଷ କରାଯାଏ । ଏହି ଗାଁ କେବଳ ଏହି କାରଣରୁ ବେଶ ଜଣାଶୁଣା । ଏଠାରେ, କିଙ୍ଗ୍‌ କୋବ୍ରା, ଓ୍ୱାଇପର୍‌ ଏବଂ ରେଟଲ୍ ସ୍ନେକ୍‌ ଭଳି ବିଷାକ୍ତ ସାପ ଚାଷ କରାଯାଏ |

ଚାଷ କାହିଁକି କରାଯାଏ ?

ଚୀନ୍‌ବାସୀ ଆଜି ବି ହଜାର ହଜାର ବର୍ଷ ପୂର୍ବର ପାରମ୍ପରିକ ଚିକିତ୍ସା ଉପରେ ବିଶ୍ୱାସ ରଖିଥାନ୍ତି । ଜଙ୍ଗଲି ଜନ୍ତୁ ଓ ଉଦ୍ଭିଦରୁ ପ୍ରସ୍ତୁତ ଔଷଧରେ ଯେକୌଣସି ରୋଗର ଉପଚାର କରାଯାଇପାରେ ବୋଲି ଏବେ ବି ଚୀନ୍‌ବାସୀ ବିଶ୍ୱାସ କରନ୍ତି । ଏହାକୁ ଏହାକୁ ସେ କାମରେ ମଧ୍ୟ ଲଗାନ୍ତି ।

ତେବେ ସାପରୁ ପ୍ରଥମେ ଚର୍ମ ରୋଗ ପାଇଁ ଔଷଧ ପ୍ରସ୍ତୁତ କରାଯାଇଥିଲା । ୧୯୧୮ ମସିହାରେ ଯେତେବେଳେ ଚୀନ୍‌ରେ ବହୁଳ ମାତ୍ରାରେ ଚର୍ମରୋଗ ସମସ୍ୟା ଦେଖାଯାଇଥିଲା ସେତେବେଳେ ଏହି ସାପ ଚମଡ଼ାରୁ ଏକ ଲେପ ପ୍ରସ୍ତୁତ କରାଯାଇଥିଲା । ଆଉ ଏହି ଲେପକୁ ମଣିଷ ଚର୍ମରେ ବ୍ୟବହାର କରାଯାଇଥିଲା ।

ଖାଲି ସେତିକି ନୁହେଁ ଏହି ଚର୍ମ ରୋଗ ରୋଗର ଉପଚାର କରୁ କରୁ ଧିରେ ଧିରେ ସାପରୁ କ୍ୟାନ୍‌ସର ରୋଗ ପାଇଁ ମଧ୍ୟ ଔଷଧ ପ୍ରସ୍ତୁତ କରାଗଲା । ପରେ ହୃଦ୍ ‌ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ସାପରୁ ପ୍ରସ୍ତୁତ ଔଷଧ ବ୍ୟବହାର କରାଗଲା ।

ସେହିଭଳି କୁହାଯାଏ ଯେ, ମଦ୍ୟପାନ କରୁଥିବା ଲୋକ ଯଦି, ମଦ୍ୟପାନ ପୂର୍ବରୁ ସାପରୁ ପ୍ରସ୍ତୁତ ଔଷଧ ସେବନ କରେ ତେବେ ମଦ ପିିଇବା ପରେ ଶରୀର ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ । ଏହା ସହ ମଣିଷଟି ସୁସ୍ଥ ରହିବ ।

ତେବେ ଏହିଭଳି ଖବର ସାରା ବିଶ୍ୱରେ ପ୍ରଚାରିିତ ହେବା ପରେ ଚୀନ୍‌ର ବ୍ୟବସାୟୀମାନେ ସାପ ତେଲ ବହୁଳ ମାତ୍ରରେ ପ୍ରସ୍ତୁତ କରି ଯୋଗାଣ କରିବା ଆରମ୍ଭ କରିଦେଲେ । ବିଭିନ୍ନ ଦେଶ ମଧ୍ୟ ଚାଇନାଠାରୁ ସାପ ତେଲ କିଣିଲେ । ହେଲେ କିଛି ଦିନ ପରେ ଏହାକୁ ଏକ ମିଥ୍ୟା ପ୍ରଚାର ବୋଲି କୁହାଗଲା । ସାପ ତେଲର ଔଷଧ ବାହାନାରେ ଚାଇନା କେବଳ ନକଲି ସାମଗ୍ରୀ ବିକୁଛି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ଆଧୁନିକ ଚାଇନାରେ ମଧ୍ୟ ସାପ ତେଲରୁ ପ୍ରସ୍ତୁତ ଔଷଧକୁ ବହୁଳ ମାତ୍ରାରେ ବ୍ୟବାହାର କରାଗଲା । ତେଣୁ ଚାଇନାର ଜିସିକିୟାୟୋ ଗାଁରେ ସାପ ଉତ୍ପାଦନ ଆରମ୍ଭ କରାଗଲା । ସାଧାରଣତଃ କୃଷକମାନେ ଯେଉଁଭଳି ଭାବେ ଶସ୍ୟ ଉତ୍ପାଦନ କରନ୍ତି ଠିକ୍‌ ସେହିଭଳି ଭାବେ ସାପ ଉତ୍ପାଦନ ମଧ୍ୟ ଆରମ୍ଭ ହେଲା ।

Leave a Reply