ଯାଜପୁରର ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

1 min read

ଭୁବନେଶ୍ୱର : ବିଧାନସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଯାଜପୁରର ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କର ବେକରେ ଦଉଡ଼ି ଲାଗି ଶ୍ଵାସ ରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥି୍ବା ମନ୍ତ୍ରୀ କହିଛନ୍ତି । ଅଭିଯୁକ୍ତ ରୂପେଶ ଭଦ୍ରା ଏବେ ଜେଲରେ । ରୂପେଶଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଦଫା ୩୦୬ରେ ଗିରଫ କରାଯାଇଥିଲା ଏବଂ ଏ ଦିଗରେ ପରଵର୍ତୀ ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏ ସଂକ୍ରାନ୍ତରେ ଗତ ସେପ୍ଟେମ୍ବର ୧୯ ତାରିଖରେ ଭାରତୀୟ ପିଙ୍ଗଳ କୋଡ୍ ଦଫା ୩୦୬ ଅନୁଯାୟୀ ରୁପେଶ ଭଦ୍ରାଙ୍କ ନାଁ ରେ ମାମଲା ରୁଜୁ ହୋଇ ସେ ଗିରଫ ହୋଇଛନ୍ତି ।

ଏ ଘଟଣାରେ କଂଗ୍ରେସ ନେତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି କହିଛନ୍ତି । ମୁଲତଵୀ ନୋଟିସକୁ ଗ୍ରହଣ କରିଥିବାରୁ ଧନ୍ୟବାଦ ଦେଵା ସହ ବାଚସ୍ପତିଙ୍କ କାର୍ଯ୍ୟଶୈଳୀ ଉପରେ ବି ବର୍ଷିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଗୃହର ସମୟ ନଷ୍ଟ ସହ ବିଜେପିକୁ ପୁଣି ଡାକିବା ପଛର ରହସ୍ୟ କଣ ବୋଲି ପଚାରିଥିଲେ। ବିଜେଡି ଓ ବିଜେପି ଭିତରେ ସଲାସୁତୁରା ହୋଇଛି। ଓଡିଶାରେ ନାରୀ ନିର୍ଯ୍ୟାତନା ମାମଲା ହାର ଅତି ଉଦବେଗଜନକ ବୋଲି କଂଗ୍ରେସ କହିଛି । ସାରା ଓଡ଼ିଶାରେ ହଇଚଇ ଖେଳାଇଦେଇଛି ଏହି ମାମଲା। ଏହି ମାମଲାରେ ସିବିଆଇ କିମ୍ବା ନିରପେକ୍ଷ ତଦନ୍ତ ଅଥବା ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେଉ। ଏଭଳି ଦାବି କରି କଂଗ୍ରେସର ସଭ୍ୟ କକ୍ଷତ୍ୟାଗ କରିଥିଲେ । ଯେହେତୁ ସିଵିଆଇ କିମ୍ବା ଏସଆଇଟି ତଦନ୍ତ ଵାଵଦରେ ମନ୍ତ୍ରୀ କିଛି କହିଲେନି। ତାହାର ପ୍ରତିଵାଦରେ କଂଗ୍ରେସ ସଭ୍ୟ କକ୍ଷତ୍ୟାଗ କରିଥିବା ନରସିଂହ କହିଛନ୍ତି । ')}

Leave a Reply