ପାନପୋଷ ବ୍ରାହ୍ଣଣୀ ସେତୁରେ ଭାଙ୍ଗିଲା ସ୍ଲାବ, ଯାତାୟାତ ବାଧାପ୍ରାପ୍ତ

1 min read

ରାଉରକେଲା: ରାଉରକେଲା ପାନପୋଷ ନିକଟ ବ୍ରାହ୍ମଣୀ ସେତୁରେ ପୁଣି ଫାଟ ଦେଖାଦେଇଛି । ସେତୁରେ ୪ ଫୁଟ୍ ଲମ୍ବା, ଅଢେଇ ଫୁଟ୍ ଚଉଡ଼ାର ସ୍ଲାବ ଭାଙ୍ଗି ପଡ଼ିବାରୁ ଫାଟ ସୃଷ୍ଟି ହୋଇଛି । ସେତୁର ମଧ୍ୟ ଭାଗରେ ଫାଟ ସୃଷ୍ଟି ହୋଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ବ୍ରିଜର ଉଭୟ ଦିଗରେ ବହୁ ଗାଡ଼ି ଅଟକି ରହିଛି ।

NHAI ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ମରାମତି କାମ । ପୂର୍ବରୁ ମଧ୍ୟ ବ୍ରାହ୍ମଣୀ ସେତୁରେ ଅନେକ ଥର ଛୋଟ ଛୋଟ ଫାଟ ସୃଷ୍ଟି ହୋଇଛି । ଏବଂ ଏନଏଚଆଇ ପକ୍ଷରୁ ମଧ୍ୟ ମରାମତି କାର୍ଯ୍ୟ କରାଯାଇଛି । ଅନ୍ୟପଟେ ଏହି ସେତୁ ଦୁର୍ବଳ ହୋଇଆସୁଥିବାରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ ପାଇଁ ବହୁବାର ଆବେଦନ କରାଯାଇଥିଲା ।

ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ଅନୁମତି ମିଳିଥିଲା, କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେବେ ଠିକ୍‌ ସମୟରେ ନିର୍ମାଣ କାର୍ଯ୍ୟ ଶେଷ ହେବକି ନାହିଁ ସେନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି ।

Leave a Reply