୬ଅଧିକାରୀ ବହିଷ୍କୃତ, ୫ଜଣଙ୍କ ପେନସନ୍‌ ବନ୍ଦ

1 min read

ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ ଦୁର୍ନୀତି ବିରୋଧରେ ତାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ୫ଜଣଙ୍କ ପେନସନ୍‌ ସୁବିଧା ସ୍ଥାୟୀଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨ ମାସ ମଧ୍ୟରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୧ଜଣଙ୍କ ପେନସନ୍‌ ସ୍ଥାୟୀଭାବରେ ବନ୍ଦ କରାଯାଇଛି ଏବଂ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସ୍ଥାୟୀଭାବରେ ପେନସନ୍‌ ବନ୍ଦ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଅବସରପ୍ରାପ୍ତ ଓଏଏସ୍‌ ଅଫିସର୍‌ । ସେମାନେ ହେଲେ ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ୍‌, ପୂର୍ବତନ ବିଡିଓ ଖଣ୍ଡପଡ଼ା ବ୍ଳକ୍ ନୟାଗଡ଼ ସନାତନ ସେଠୀ, ପୂର୍ବତନ ଆରଟିଓ କୋରାପୁଟ ପୁରନ୍ଦର ପୂଜାରୀ, ପୂର୍ବତନ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା, ପୂର୍ବତନ ଜୁନିୟର ଇଞ୍ଜିନିୟର ଖୁଣ୍ଟା ବ୍ଳକ୍‌ ମୟୂରଭଞ୍ଜ ପିତାମ୍ୱର ପ୍ରତିହାରୀ ।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କୁଡୁମୁଲୁଗୁମ୍ମା ବ୍ଳକ୍‌ ମାଲକାନଗିରିର ରବୀନ୍ଦ୍ର କୁମାର ଦାସ, ଜୁନିୟର ଇଞ୍ଜିନିୟର ପଞ୍ଚାୟତିରାଜ ବିଭାଗ ଧାନକୁଡ଼ା ବ୍ଳକ୍‌ ସମ୍ବଲପୁରର ବୁଦ୍ଧିରାମ ଶୁନଆନି, ପ୍ରୋଗ୍ରେସ ଆସିଷ୍ଟାଣ୍ଟ ପାପଡ଼ାହାଣ୍ଡି ବ୍ଳକ୍‌ ନବରଙ୍ଗପୁରର ସୁରେଶ ଚନ୍ଦ୍ର ମିଶ୍ର, ଫରେଷ୍ଟ ରେଞ୍ଜ ଅଫିସର, ଜଙ୍ଗଲ ବିଭାଗ ଓ୍ୱାକିଂ ପ୍ଳାନ୍‌ ଅଫିସ ଅନୁଗୁଳର ହେମନ୍ତ କୁମାର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ଏନ୍‌ଏଚ୍‌ ଡିଭିଜନ ବ୍ରହ୍ମପୁରର ପୃଥ୍ୱୀରାଜ ଲେଙ୍କା, ଆସିଷ୍ଟାଣ୍ଟ ଇଞ୍ଜିନିୟର ଜଳସମ୍ପଦ ବିଭାଗ ହାଟଡିହି ବ୍ଳକ୍‌ କେନ୍ଦୁଝରର ସୁଶୀଲ କୁମାର ସେଠୀ ବହିଷ୍କୃତ । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ୍ୟ  ହେବା ପରେ କାର୍ଯ୍ୟାନୁଷ୍ଠାନ  । ')}

Leave a Reply