ରାଜଧାନୀରେ କରୋନାର ନୂଆ ୬ ମାମଲା, ୫ ଡାକ୍ତର ସଂକ୍ରମିତ

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କୁ ଆଟାକ୍ କରୁଛି କରୋନା । ଗୋଟିଏ ଦିନରେ ରାଜଧାନୀର ୨ଟି ହସ୍ପିଟାଲରୁ ୫ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଚାର୍ଯ୍ୟ ବିହାର ସ୍ଥିତ ଆପୋଲୋ ହସ୍ପିଟାଲରେ ଜଣଙ୍କୁ କରୋନା ହୋଇଥିବା ବେଳେ ଏମ୍ସର ୪ ଜଣଙ୍କ ଠାରେ କରୋନା ଭୂତାଣୁ ମିଳିଛି । ପୋଖରୀପୁଟ ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆପୋଲୋ ହସ୍ପିଟାଲର ୩୮ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି । ସେହିଭଳି ଏମ୍ସର ୩୭ ବର୍ଷୀୟ ପୁରୁଷ, ୩୧ ବର୍ଷୀୟ ମହିଳା, ୩୦ ବର୍ଷୀୟ ପୁରୁଷ ଓ ୨୪ ବର୍ଷୀୟ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସର ୪ ଡାକ୍ତର କରୋନା ସଂକ୍ରମିତ ହେବା ପରେ ୧୦ ଜଣ ଡାକ୍ତରଙ୍କୁ କର୍ତ୍ତୃପକ୍ଷ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପୋଖରୀପୁଟ ଡିଏଭି ସ୍କୁଲ ନିକଟରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ନିକଟରେ କନ୍ଧମାଳରୁ ଫେରିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଜୟଦେବ ବିହାର ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟର ୪୬ ବର୍ଷୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ରାଜଧାନୀରେ ଏଯାବତ୍ କରୋନାରେ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୪ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

କରୋନା ଫାଶରେ ଡାକ୍ତର ଓ ନର୍ସ

Leave a Reply