ଲକ୍‌ ଡାଉନର ଅବମାନନା କଲେ ସ୍ଥିତି ହେବ କେତେ ଭୟଙ୍କର, ଅନୁମାନ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜିଠୁ ଲକ୍‌ ଡାଉନ୍‌ । ସରକାରୀ ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବା ଉଚିତ୍‌ । ବଦଳି ନିର୍ଦ୍ଦେଶ ପାଇଥିବା ସବୁ ଅଧିକାରୀ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ । ନିର୍ଦ୍ଦେଶର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ । ଏଭଳି କିଛି କଡ଼ା କଥା କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ । ବର୍ତ୍ତମାନ ପରିସ୍ଥିତିରେ ସବୁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । କେବଳ ସ୍ୱାସ୍ଥ୍ୟ ଓ କୋଭିଡ୍‌ ୧୯ ସମ୍ପର୍କିତ ନିର୍ମାଣ କାମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।

ତେବେ, ଲକ୍‌ ଡାଉନ୍‌ କାହିଁକି ଏବଂ ଏହାର ଅବମାନନା କଲେ ପରିସ୍ଥିତି କେତେ ଯେ ଭୟଙ୍କର ହେବ ତାହାର ଅନୁମାନ ଲଗାଇଛନ୍ତି ରାଜ୍ୟ ସରକାର । ଚାରିମାସ ତଳେ ଚୀନ୍‌ରେ ଦେଖା ଦେଇଥିଲା କରୋନା ଭାଇରସ୍‌ର ସଂକ୍ରମଣ । ଏବେ ସୁଦ୍ଧା ବିଶ୍ୱରେ ୩ ଲକ୍ଷ ୮୧ ହଜାର ୭୬୧ ଜଣ ସଂକ୍ରମିତ ହୋଇଛନ୍ତି । ଭାରତରେ ଏବେ ସୁଦ୍ଧା ୫୧୧ ଜଣ ସଂକ୍ରମିତ ହୋଇଛନ୍ତି । କେବଳ ଯେ ଲକ୍ଷଣ ଦେଖା ଦେଉଥିବା ଲୋକଙ୍କ ଠାରେ ସଂକ୍ରମଣ ହେବ ତାହା ନୁହେଁ ।

ଯେଉଁ ହାରରେ ସଂକ୍ରମଣ ସଂଖ୍ୟା ବଢୁଛି, ତାକୁ ଆକଳନ କଲେ ମେ ୩୧ ତାରିଖ ସୁଦ୍ଧା ଭାରତରେ ସଂକ୍ରମଣ ସଂଖ୍ୟା ୫୮ ହଜାର ୭୬୧କୁ ଛୁଇଁବ । ଆକଳନ କହୁଛି, ପ୍ରାୟ ୧୦ ଲକ୍ଷ ଲୋକ କରୋନା ଭାଇରସର ଶିକାର ହେବେ । ସେହିଭଳି ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱାସଯୋଗ୍ୟ ଆକଳନ ଅନୁଯାୟୀ ୩୬ ହଜାର ଅତିକ୍ରମ କରିବ । ତେବେ ବର୍ତ୍ତମାନ ଅର୍ଥିନୀତି କଥା ଚିନ୍ତା କରିବାର ସମୟ ନାହିଁ। ସମୟ ଆସିଛି, ଏହାର ମୁକାବିଲା ପାଇଁ ସମସ୍ତେ ଲକ୍‌ ଡାଉନକୁ ମାନିବା ।

Leave a Reply