ହାଇକୋର୍ଟଙ୍କ ନିକଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସ୍ଆଇଟି: ପରୀକୁ ଦୁଷ୍କର୍ମ ପରେ ହତ୍ୟା !

1 min read

ଭୁବନେଶ୍ୱର:  ନୟାଗଡ଼ର ଶିଶୁ କନ୍ୟା ‘ପରୀ’ର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ପକ୍ଷରୁ ଦାୟର ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା ମିଳିଛି । ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିଲା । ଜୁଲାଇ ୨୩ରେ ହତ୍ୟା ପୂର୍ବରୁ ପରୀକୁ ଦୁଷ୍କର୍ମ କରାଯାଇଥିଲା । ‘ଉଲଗ୍ନ ଅବସ୍ଥାରେ ହତ୍ୟା କରାଯାଇଛି । ପରୀର ପୋଷାକ ଏବଂ ଅଖାବସ୍ତାରେ ସିମେନ ଦାଗ’ ଲାଗିଥିବା ଏସଆଇଟି ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା । ତେତେ ହତ୍ୟାକାରୀ ଜଣଙ୍କ ଯଦୁପୁର ଗାଁର ଏବଂ ଅଭିଯୁକ୍ତର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ମଧ୍ୟ ସୂଚନା ରହିଛି । ତେବେ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେହିପରି ପରୀର ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଛି ।

            ତେବେ ପରୀ ମୃତ୍ୟୁ ମାମଲାରେ ପୋଲିସ ଡିଜି ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନୟାଗଡ଼ ଥାନାଧିକାରୀ ରୀତାରାଣୀ ସାହୁଙ୍କୁ ନିଲମ୍ୱନ କରାଯାଇଛି । ସେହିଭଳି ନୟାଗନ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ମଧ୍ୟ ବଦଳି କରାଯାଇଛି ।   ଏଥିସହିତ  ପରୀ ମୃତ୍ୟୁ ମାମଲାର ତଦନ୍ତ ନେଇ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ପରୀ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି । ଏହାରି ମଧ୍ୟରେ ବୁଧବାର ବୋଥ୍ରାଙ୍କ ପକ୍ଷରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି ।

ବଦଳିଲେ ନୟାଗଡ଼ SDPO, ଥାନାଧିକାରୀ ନିଲମ୍ବିତ

Leave a Reply