ଟେଷ୍ଟିଂ ଉପରେ ଜୋରଦାର ଫୋକସ୍: ଗୋଟିଏ ଦିନରେ ରାଜ୍ୟରେ ୫୦ ହଜାର ୩୯୩ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣହୀନ ହେବା ପରେ ରାଜ୍ୟ ସରକାରଙ୍କ ଫୋକସ୍ ଏବେ ଟେଷ୍ଟିଂ ଉପରେ ରହିଛି । ସରକାର ଚେଷ୍ଟା କରୁଛନ୍ତି ଯେତେ ଅଧିକ ସମ୍ଭବ ଟେଷ୍ଟିଂ କିଭଳି ଭାବେ କରାଯାଇପାରିବ । ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫୦ ହଜାର  ୩୯୩ଟି ଟେଷ୍ଟିଂ ହୋଇଛି । ସେମଧ୍ୟରେ ୪୧ ହଜାର ୪୫୧ଟି ଆଣ୍ଟିଜେନ୍ ଟେଷ୍ଟିଂ କରାଯାଇଛି ।

ସେହିପରି ୭ ହଜାର ୯ ଶହ ୪୮ଟି ଆରଟିପିସିଆର ଓ ୧୪୮ ଟ୍ରୁନାଟ ଟେଷ୍ଟ ହୋଇଛି । ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ସବୁଠାରୁ ଅଧିକ ରହିବା ସତ୍ତ୍ୱେ ମଧ୍ୟ ସରକାର ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଟେଷ୍ଟିଂ ଉପରେ ଧ୍ୟାନ ଦେଉଛନ୍ତି ।  ତେବେ ଆଜି ଗଂଜାମରେ ସର୍ବାଧିକ ୬ ହଜାର ୮୫ଟି ନମୁନା ପରୀକ୍ଷଣ ହୋଇଛି ।

ସେହିପରି କେନ୍ଦ୍ରାପଡ଼ାରେ ୪ ହଜାର ୧୭, କେନ୍ଦୁଝରରେ ୩ ହଜାର ୮୭୧, ମୟୂରଭଂଜରେ ୩ ହଜାର ୫୮୭ ଏବଂ କଟକ ଏସସିବିରେ ୨୩ ଶହ ୯୫ ନମୁନା ପରୀକ୍ଷଣ ହୋଇଛି । ଟେଷ୍ଟିଂ କ୍ଷେତ୍ରରେ ରାଜ୍ୟ ଏବେ ଦ୍ରୁତ ଗତିରେ ଆଗଉଛି । ରାଜ୍ୟର ପ୍ରମୁଖ କରୋନା ସଂକ୍ରମିତ ଜିଲ୍ଲାରେ ସରକାରଙ୍କ ଫୋକସ୍ ବଢୁଛି ।

Leave a Reply