ବାଘ ସହ ବିତେଇବେ ସମୟ, ଏଥିପାଇଁ କରାଯାଇଛି ନୂଆ ନିୟମ

1 min read

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଜୁନ ୧୬ରୁ ବନ୍ଦଥିବା ମୟୁରଭଞ୍ଜ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଆଜିଠୁ ଖୋଲୁଛି ।ଏନେଇ କିଛି ନୂଆ ନିୟମ କରାଯାଇଛି। ଦିନକୁ ସର୍ବାଧି ୬୦ଟି ଚାରିଚକିଆ ଯାନ ପର୍ଯ୍ୟଟକଙ୍କୁ ନେଇ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି

 

କାଳିଆଣି ତନଖି ଫାଟକ ଦେଇ ୩୦ ଯାନ   ପିଠାବଟା ତନଖି ଫାଟକ ଦେଇ ୨୫ଟି ଯାନ ପ୍ରକଳ୍ପ ଭିତରକୁ ପ୍ରବେଶ କରିବ  ଭିତରକୁ ପ୍ରବେଶ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି ପିଠାବଟା ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ଦିନ ଟା ମଧ୍ୟରେ ପର୍ଯ୍ୟଟକ ଟିକେଟ କିଣି ପାରିବେ

ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ବୁଲିବାପାଇଁ ପର୍ଯ୍ୟଟକଙ୍କ ପାଇଁ ରହିଛି  କିଛି ନିୟମାବଳୀ ପର୍ଯ୍ୟଟକମାନେ ଅପରାହ୍ନ ୩ଟା ମଧ୍ୟରେ ପ୍ରକଳ୍ପର ଯୋରନ୍ଦା ଅପରାହ୍ନ ୪ଟା ମଧ୍ୟରେ ବରେହିପାଣି ଜଳପ୍ରପାତ ଛାଡିବାକୁ ପଡିବ ବୋଲି ନୀୟମ ରହିଛି ସଂଧ୍ୟା ୫ଟାରେ ପ୍ରକଳ୍ପ ବନ୍ଦ କରାଯିବ ଶିମିଳିପାଳ ମଧ୍ୟରେ ରାତ୍ରୀ ଯାପନ ପାଇଁ କୁମାରି ,ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଜାମୁଆଣିରେ ଯାତ୍ରୀନିବାସର ବ୍ୟବସ୍ଥା କରାଯାଇଛି  ରାତ୍ରୀଯାପନ ପାଇଁ ପର୍ଯ୍ୟଟକଙ୍କୁ ଆଗୁଆ  www.ecotourodisha.com ଓ୍ବେବ୍ସାଇଟ୍କୁ ଯାଇ ବୁକିଂ କରିବାକୁ ପଡିବ

 

  ')}

Leave a Reply