ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ

1 min read

ମୟୁରଭଞ୍ଜ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ଏନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ । ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଦେଇ ଆସିପାରିବେ । ଯଶୀପୁର ଦେଇ ପ୍ରଥମେ ଆସିଥିବା ୩୫ଟି ଗାଡ଼ି ଏବଂ ପିଠାବଟା ପଟେ ପ୍ରଥମ ଆସିଥିବା ୨୫ ଟି ଗାଡ଼ିକୁ ଡେ ଟୁରିଷ୍ଟ ପାଶ ପ୍ରଦାନ କରାଯିବ। ପ୍ରତ୍ୟେକ ଗାଡ଼ି ରେ ଜଣେ ଗାଇଡ ଦିଆଯିବ ।

ତେବେ ପର୍ଯ୍ୟଟକମାନେ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ୱେବସାଇଟ www.ecotourodisha.com ରେ ଯାଇ ଟିକେଟ ବୁକିଂ କରିପାରିବେ । ଏଥିପାଇଁ କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଠାରେ ଥିବା କଟେଜ ମାନଙ୍କରେ ରାତ୍ରରହଣୀର ବ୍ୟବସ୍ଥା କରାଯାଇଛି ।

Leave a Reply