କିଭଳି ଜାଣିବେ ଦୁର୍ବଳ ଅଛି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି?

1 min read

ନୂଆଦିଲ୍ଲୀ:   ଦେଶରେ ଭାରତ ବାୟୋଟେକର କରୋନା ଭାଇରସ ଭ୍ୟାକ୍ସିନକୁ ଅନୁମତି ମିଳିସାରିଛି ଏବଂ ଟୀକାକରଣ ମଧ୍ୟ ଆରମ୍ଭ ହୋଇ ସାରିଛି । ଭ୍ୟାକ୍ସିନ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ବୋଲି ଦାବି କରୁଛନ୍ତି ବୈଜ୍ଞାନିକ । କିନ୍ତୁ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏହି ଭ୍ୟାକ୍ସିନ ନେବାକୁ ବାରଣ ମଧ୍ୟ କରାଯାଉଛି । ବିଦେଶରେ ମଧ୍ୟ ଭିନ୍ନ ଭିନ୍ନ ଔଷଧ କମ୍ପାନୀ ଏହି କଥାକୁ ବାରମ୍ବାର ଦୋହରାଉଛନ୍ତି । ତେବେ କେଉଁ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ? ଏହାର କୌଣସି ଲକ୍ଷଣ ଥାଏ ନା ଜାଣିବାର ଅନ୍ୟ କିଛି ବିକଳ୍ପ?

ବାରମ୍ବାର କୁହାଯାଉଛି ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନେ ଟିକା ନେବା ଅନୁଚିତ୍ । ଟ୍ରାଏଲରେ ଏଭଳି ଲୋକଙ୍କ ଉପରେ ଭ୍ୟାକ୍ସିନର ପ୍ରଭାବ ଅପେକ୍ଷାକୃତ କମ୍ ନଜର ଆସିଛି । ସାଧାରଣତଃ କେମୋଥେରାପି ନେଉଥିବା କର୍କଟ ରୋଗୀ, HIV ପଜିଟିଭ୍ ବ୍ୟକ୍ତି ଏବଂ ଷ୍ଟେରଏଡ ନେଉଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଥାଏ ।

ଆମ ଶରୀର ବିଭିନ୍ନ କୋଶିକାର ମିଳିତ ସମାହାରରେ ଗଠିତ । ଯାହାର ଏକ କାର୍ଯ୍ୟ ହେଉଛି ଆମ ଶରୀରକୁ ସଂକ୍ରମିତ କରୁଥିବା ଭାଇରସ ଓ ବ୍ୟାକ୍ଟେରିଆଠାରୁ ରକ୍ଷା କରିବା । ଯଦି କୋଶିକା ସିଷ୍ଟମ ଠିକ ଭାବରେ କାମ କରେନାହିଁ ତେବେ ଶରୀର କୌଣସି ରୋଗକୁ ନେଇ ଖୁବ ସମ୍ବେଦନଶୀଳ ହୋଇଯାଏ ।

ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଭିନ୍ନ ଭିନ୍ନ ସ୍ତରର ହୋଇଥାଏ । ଯେଉଁ ମାନଙ୍କ କ୍ଷମତା ସାମାନ୍ୟ ଦୁର୍ବଳ ହୋଇଥାଏ ସେମାନେ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଅସୁସ୍ଥ ହୋଇଯାନ୍ତି । ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ସେମାନେ ସାମାନ୍ୟ ଥଣ୍ଡାଜ୍ୱରରେ ପୀଡ଼ିତ ହେବାମାତ୍ରେ ନିମୋନିଆର ଶୀକାର ହୋଇଯାନ୍ତି । କାରଣ ସେମାନଙ୍କ ଇମ୍ୟୁନ ସିଷ୍ଟମ ସ୍ଥାୟୀ ଭାବରେ ଦୁର୍ବଳ ହୋଇଥାଏ ।

କ୍ରୋନିକ ମେଡିକାଲ ସ୍ଥିତି ଭଳି ହୃତପିଣ୍ଡ ସମ୍ବଦ୍ଧୀୟ ରୋଗ, ମଧୁମେହ,HIV,କର୍କଟ ଏବଂ ରୁମେଟାଇଡ ଅର୍ଥରାଇଟିସ ଭଳି ରୋଗ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଏହା ଶରୀରରକୁ ରୋଗ ସହିତ ଲଢିବାର ଶକ୍ତିକୁ ସବୁଦିନ ପାଇଁ ଦୁର୍ବଳ କରିଦିଏ । ସେହିଭଳି ଅର୍ଗାନ ଟ୍ରାଂସପ୍ଲାଣ୍ଟ ମଧ୍ୟ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ । ଅନ୍ୟପଟେ ଖରାପ ଖାଦ୍ୟପେୟ ବା ଗର୍ଭଧାରଣ କାରଣରୁ ଦୁର୍ବଳ ହୋଇଥିବା ଇମ୍ୟୁନ ସିଷ୍ଟମ ସମୟ ସହିତ ସୁଧୁରିପାରେ ।

ଆପଣଙ୍କ ଇମ୍ୟୁନ ସିଷ୍ଟମ ଦୁର୍ବଳ ଅଛି ବୋଲି କିଭଳି ଜାଣିବେ:

ଏହାର ଏକାଧିକ ସଙ୍କେତ ରହିଛି । ସର୍ବପ୍ରଥମଟି ହେଉଛି ବାରମ୍ବାର ରୋଗରେ ପଡ଼ିବା । ଯଦି କେହି ଦୀର୍ଘ ସମୟ ଧରି ଅସୁସ୍ଥ ଅଛି ତେବେ ବୁଝିନେବାକୁ ପଡ଼ିବ ଯେ ଉକ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଅପେକ୍ଷାକୃତ କମ୍ । କେତେକ ମାମଲାରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ଶାରୀରିକ ଲକ୍ଷଣ ପ୍ରାୟତଃ ଦେଖାଦେଇନଥାଏ । ଏହାପରେ ମଧ୍ୟ ଏଭଳି କିଛି କିଛି ସଙ୍କେତ ରହିଥାଏ ଯାହା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ବାରମ୍ବାର ପେଟ ଖରାପ ହେବା ଏହାର ଏକ ଲକ୍ଷଣ । ଏହାକୁ ଇମ୍ୟୁନୋକମ୍ପ୍ରୋମାଇଜଡ ସଙ୍କେତ କୁହାଯାଏ । ଯଦି ସାମାନ୍ୟ କିଛି ଖାଇବା ମାତ୍ରେ ପେଟ ଖରାପ ହୋଇଯାଏ ତେବେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଗବେଷଣା କହୁଛି ଏହିଭଳି ୭୦ ପ୍ରତିଶତଙ୍କ ନିକଟରେ ଏହି ସମସ୍ୟା ଦେଖାଦେଇଛି ।
ଯଦି କ୍ଷତସ୍ଥାନ ଭଲ ହେବାପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ଲାଗୁଛି ତେବେ ଉକ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଥାଏ । ଯାହା ବିପଦର ସଙ୍କେତ ବୋଲି କହିଛି ଆମେରିକାନ୍ ଏକାଡେମୀ ଅଫ୍ ଆଲର୍ଜି ଆସ୍ଥମା ଆଣ୍ଡ୍ ଇମ୍ୟୁନୋଲୋଜି । ଯଦି କାହା ନିକଟରେ ବର୍ଷେ ମଧ୍ୟରେ ତିନିରୁ ଚାରିଥର କାନ ଜନିତ ସମସ୍ୟା ଦେଖାଦେଉଛି ତେବେ ତାକୁ ନଜରଅନ୍ଦାଜ କରିବା ଅନୁଚିତ୍ ।

ଏହି ସମସ୍ତ ସଙ୍କେତକୁ ଧ୍ୟାନ ଦେବା ବ୍ୟତୀତ ଏଭଳି କିଛି ଯାଞ୍ଚ୍ ପ୍ରକ୍ରିୟା ରହିଛି ଯାହା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଦର୍ଶାଏ ।
ଯଦି ଏହା ମଧ୍ୟରୁ ଆପଣଙ୍କ ନିକଟରେ କୌଣସି ସମସ୍ୟା ଦେଖାଦେଉଛି ତେବେ ବୁଝିନିଅନ୍ତୁଯେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ । ଏଥିପାଇଁ ଯଥାସମ୍ଭବ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ।

Leave a Reply