କଳାହାଣ୍ଡିର ୨ ପଞ୍ଚାୟତ ସଟ୍‌ଡାଉନ୍‌: ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

କଳାହାଣ୍ଡି: ୭୨ ଘଣ୍ଟା ସଟଡାଉନରେ କଳାହାଣ୍ଡିର ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ପଞ୍ଚାୟତ  । କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଞ୍ଜିଗଡ ସରପଞ୍ଚ ଏଭଳି ନିଷ୍ପତି ନେଇଛନ୍ତି  । ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପୂରା ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି।

ଆଜିଠାରୁ ଜୁଲାଇ ୨୬ ତାରିଖ ରବିବାର ପର୍ଯ୍ୟନ୍ତ୍ ସଟଡାଉନ କଟକଣା ବଳବତ୍ତର ରହିବ  । କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସେବାକୁ ଏଥିରୁ ବାଦ ଦିଆଯାଇଛି। ତେବେ ବର୍ତ୍ତମାନ ରାଜ୍ୟର ୪ ଜିଲ୍ଲାରେ ଲକ୍‌ଡାଉନ୍ ଜାରି ରହିଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ।

ଏହି ସବୁ ଅଞ୍ଚଳରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ନୂଆକରି ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ସବୁ ଅଞ୍ଚଳ ଅପେକ୍ଷା  କଳାହାଣ୍ଡି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । କିନ୍ତୁ ଏହି ୨ ପଞ୍ଚାୟତରେ କରୋନା ସ୍ଥିତିକୁ ଲକ୍ଷ୍ୟରେ ରଖି ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ ସମ୍ପୃକ୍ତ ଅଞ୍ଚଳକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ।

 

Leave a Reply