ଶ୍ରୀମନ୍ଦିର ଢାଞ୍ଚାରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଗର୍ଭଗୃହରେ ଦର୍ଶନ ମନା

Shree Lingaraj Temple To Reopen For Devotees From 3rd January

ଭୁବନେଶ୍ୱର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ମନଭରି ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଆସନ୍ତା ୨୭ ତାରିଖରୁ ଏକ୍ରାମ କ୍ଷେତ୍ର ଅଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୨୭ ତାରିଖରୁ ମନ୍ଦିରର ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସୁବିଧା ପାଇବେ । ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡିସେମ୍ବର ୩୧ ଯାଏଁ ଦର୍ଶନ ସୁବିଧା ମିଳିବ ।

Shree Lingaraj Temple To Reopen For Devotees From 3rd January

ନୂଆବର୍ଷ ଓ ତା’ପରଦିନ ଅର୍ଥାତ୍ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିରରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ୫ ତାରିଖ ଯାଏଁ ଭୁବନେଶ୍ୱର ଓ ଆଖପାଖ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । ଏଥିପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ୬ ତାରିଖରୁ ସମସ୍ତ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ ।

Shree Lingaraj Temple To Reopen For Devotees From 3rd January

ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ । ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁ଼ଯୋଗ ମିଳିବ । କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ, ଆଡ଼ପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ । ବିଏମସି ସହ ବୈଠକ ପରେ ଏନେଇ ସୂଚନା ଦିଆଯାଇଛି । କପିଳେଶ୍ୱର ମନ୍ଦିର ମଧ୍ୟ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

Shree Lingaraj Temple To Reopen For Devotees From 3rd January

ଲିଙ୍ଗରାଜ ମନ୍ଦିର ଅନ୍ୟାନ୍ୟ ଧାର୍ମିକ ସ୍ଥଳ ମଧ୍ୟ ଖୋଲିବା ନେଇ ବିଏମସି ଅନୁମତି ଦେଇଛି । କୋଭିଡ୍ ଗାଇଡଲାଇନ ମାନି ସମସ୍ତ ଅନ୍ୟ ଧାର୍ମିକ ସ୍ଥଳ ଖୋଲିବ । ୩ ତାରିଖ ପରେ ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ବଡ଼ଦିନ ପାଳନ ପାଇଁ ଚର୍ଚ୍ଚକୁ ଅନୁମତି ଦିଆଯିବ । ଏଥିପାଇଁ ସମସ୍ତ ଚର୍ଚ୍ଚ ବିଏମସି ନିକଟରେ ଆବେଦନ କରିବେ । କେତେ ଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା କରିବେ ସେ ନେଇ ବିଏମସିକୁ ସବିଶେଷ ତଥ୍ୟ ଦାଖଲ କରିବେ । ୨ ମିଟର ଦୂରତା ରକ୍ଷା ଚର୍ଚ୍ଚରେ ପ୍ରାର୍ଥନା କରିବା ନେଇ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ।

Leave a Reply