ଚାଷୀକୁ ମିଳୁନି ସରକାରୀ ୟୁରିଆ ସାର, ସୁଯୋଗ ନେଇ ମାଲାମାଲ୍ ସାର ଡିଲର୍

ସାର ମିଳୁନି । ଚାଷବାସ ପାଇଁ କେନ୍ଦ୍ରରୁ ଆସୁଥିବା ସରକାରୀ ସାର ଏଯାଏଁ ପହଞ୍ଚିନି । ପ୍ରତିବର୍ଷ ଝାରସୁଗୁଡ଼ାରେ ଖରିଫ୍ ଋତୁ ଚାଷ ପାଇଁ ୫ ହଜାର ଟନ୍ ୟୁରିଆ  ଦରକାର ପଡ଼େ । ହେଲେ ଏପର୍ଯ୍ୟନ୍ତ ୨ ହଜାର ଟନ୍ ଆସିଛି । ଚାଷୀ ବାଧ୍ୟ ହୋଇ ଚଢା ଦରରେ ଘରୋଇ ସଂସ୍ଥା ଓ ଦୋକାନୀଙ୍କଠାରୁ କିଣୁଛନ୍ତି । ଚାଷୀଙ୍କ କହିବା କଥା ଯେ ସାର ନମିଳିଲେ ଚାଷ କାମ ଆଗକୁ ବଢିବନି । ବଜାରରେ ମିଳୁଥିବା ସାରର ଦର ବାଧୁଛି ।

କରୋନା କାଳରେ ଏତେ ଦରରେ ୟୁରିଆ ସାର କିଣିବା ସମ୍ଭବ ହେଉନାହିଁ । ୟୁରିଆ ସାରର ସରକାରୀ ଦର ୨୬୬ ଟଙ୍କା୫୦ ପଇସା ହୋଇଥିବା ବେଳେ  ଡିଲରମାନେ ୩୨୦ରୁ ୩୩୦ ଯାଏଁ ଦର ଲଗାଉଛନ୍ତି । ବଜାରରେ ଅଭାବୀ ସ୍ଥିତି ଯୋଗୁଁ ମୂଲଚାଲ କରି ହେଉନି ।  ତେଣୁ ଅତିବେଶୀରେ ସପ୍ତାହେ ଭିତରେ ସାର ପହଞ୍ଚୁ । ସମବାୟ ସମିତିରେ ସାର ସପ୍ତାହ ଭିତରେ ନହପଞ୍ଚିଲେ ସ୍ୱାଭାବିକ ଚାଷ ହେବା କଷ୍ଟ ବୋଲି ଚାଷୀ କହିଛନ୍ତି ।

ଅନ୍ୟପକ୍ଷରେ  ଚାଷୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ । ଜିଲ୍ଲାରେ ସାର ଅଭାବ ନଥିବା କହିବା ସହ କଳାବଜାରୀ ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ତେବେ ବର୍ଷାଦିନେ ସାର ରଖିବାକୁ ସ୍ୱତନ୍ତ ବ୍ୟବସ୍ଥା କରିବାକୁ ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ଓ ଆଗକୁ ପୁଣି ଥରେ ଏନେଇ ଜଣାଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।

Leave a Reply