ଗଞ୍ଜାମରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳଙ୍କ ପଞ୍ଚସୂତ୍ରୀ ନିୟମ, ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ୍ କରିବାକୁ ପରାମର୍ଶ

ଗଞ୍ଜାମ: ପ୍ରତିଦିନ ଗଞ୍ଜାମରୁ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେଥିପାଇଁ ସରକାର ବିଭିନ୍ନ ପହକ୍ଷେପ ଗ୍ରହଣ କରୁଛନ୍ତି । ଏବେ ୩୧ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ୍ ଜାରି ଥିବା ସହ ଅନେକ କଟକଣା କରାଯାଇଛି । ସୋମବାର ମଧ୍ୟ ଗଞ୍ଜାମରୁ ୪୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ବଢୁଥିବା ସଂକ୍ରମଣ ସଂଖ୍ୟା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳଙ୍କ ପଞ୍ଚସୂତ୍ରୀ ନିୟମ ଜାରି କରାଯାଇଛି। ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ୍ କରିବାକୁ ପରାମର୍ଶ ଦିଆଯାଇଛି ।

ନିଜେ ମାସ୍କ ପିନ୍ଧିବେ, ନୋ ମାସ୍କ ନୋ ଗୁଡସ ବୋର୍ଡ ଲଗାଇବେ । ସାମାଜିକ ଦୂରତା ରକ୍ଷା ନେଇ ଗ୍ରାହକଙ୍କ ପାଇଁ ଦୋକାନ ସାମନାରେ ୨ ମିଟର ଦୂରତାରେ ସର୍କଲ କରିବେ । ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବା ବ୍ୟବସ୍ଥା କରିବେ । ଗ୍ରାହକଙ୍କ ପାଇଁ କଣ୍ଟାକ୍ଟ ଡାଏରୀ କରିବେ । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ କରାଯାଇଛି । ଜିଲ୍ଲାର ସମସ୍ତ ଦୋକାନୀ ଏହି ପଞ୍ଚସୂତ୍ରୀ ନିୟମ ମାନିବା ବାଧ୍ୟତାମୂଳକ ରହିଛି । ନିୟମ ନମାନିଲେ ଦୋକାନୀ ନାଁରେ ମାମଲା ରୁଜୁ ହେବା ସହ ମାସେ ଦୋକାନ ବନ୍ଦ ରହିବ । ସେହିପରି ଗ୍ରାମାଞ୍ଚଳରେ ତାସ, କ୍ରିକେଟ୍, ଫୁଟବଲ, ଭଲିବଲ ଖେଳିଲେ ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ । ଏଥିସହ ଏକ ମାସ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହିବେ ।

ନନ୍ଦିଘୋଷ ବ୍ୟୁରୋ

Leave a Reply