ମା’ ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି, ବିନା ଭକ୍ତରେ ହେବ ପୂଜାର୍ଚ୍ଚନା

Tara tarini Puja

ଗଞ୍ଜାମ: ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ପବିତ୍ର ମୂଳାଷ୍ଟମୀ ଠାରୁ ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଶୋଡ଼ଷ ପୂଜା ଉପଚାର । କରୋନା କଟକଣା ଭିତରେ ବିନା ଭକ୍ତରେ ମା’ଙ୍କ ଜଳାଭିଷେକ ହୋଇଥିବା ବେଳେ ଆରମ୍ଭ ହୋଇଛି ଗୁପ୍ତନୀତି ।

୪୬ ଦିନ ଯାଏ ଚାଲିବ ମା’ଙ୍କ ନିତୀକାନ୍ତି । ବିନା ଭକ୍ତ ଓ ସମାଜିକ ଦୂରତାରେ ପୂଜାର୍ଚ୍ଚନା । କରୋନା କଟକଣା ପାଇଁ ମନ୍ଦିର ଭକ୍ତ ଶୂନ୍ୟ ହୋଇଥିବା ବେଳେ ଫିକା ପଡିଛି ମା’ ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । କେବଳ ସେବାୟତଙ୍କ ଦ୍ୱାରା ୧୦୮ ଗରା ସୁବାଷିତ ଜଳରେ ମା’ଙ୍କ ଜାଳାଭିଷେକ କରାଯାଇଛି ।

ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଶୋଡ଼ଷ ଉପଚାର ନୀତି ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ୪୬ ଦିନ ଧରି ଏହି ପୂଜାର୍ଚ୍ଚନା ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଦିନ ହୋମ, ଯଜ୍ଞ ସାଙ୍ଗକୁ ସତନ୍ତ୍ର ପୂଜା ଅନୁଷ୍ଠିତ ହେବ । ତେବେ କରୋନା କଟକଣାକୁ ନଜରରେ ରଖି ସମସ୍ତ ରିତିନୀତି ସମ୍ପର୍ଣ୍ଣ ହେଉଥିବା କହିଛନ୍ତି ମନ୍ଦିର ସେବାୟତ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ । ଦକ୍ଷିଣ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଏହି ପୂଜା କରୋନା କଟକଣା ପାଇଁ ଭକ୍ତ ଶୂନ୍ୟ ହୋଇଥିବା ବେଳେ କଟକଣା ହଟିଲେ ପୁଣି ଭକ୍ତମୟ ହେବ ମା’ଙ୍କ ପୀଠ ।

Leave a Reply