NEET 2020: ଶୋଏବଙ୍କ ସଫଳତା, ରାଉରକେଲାର ଏହି ବଦନାମ ଅଞ୍ଚଳକୁ ଦେଲା ନୂଆ ପରିଚୟ

1 min read

ରାଉରକେଲା: ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରେ ନିଟ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ତେବେ ଏଥର ପରୀକ୍ଷାରେ ଜଣେ ଓଡିଆ ପୁଅ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି । ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ପ୍ରଥମ । NEET ୨୦୨୦ ପରୀକ୍ଷା ଫଳାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶ ପାଇଥିଲା । ପରୀକ୍ଷାରେ ଅଫତାବ ୧୦୦ ପ୍ରତିଶତ ମାର୍କ ସ୍କୋର କରିଛନ୍ତି । ୭୨୦ରୁ ଶୋଏବ ୭୨୦ ମାର୍କ ରଖିଛନ୍ତି । ଶୋଏବଙ୍କର ଏହି ସଫଳତା ଯୋଗୁଁ ରାଉରକେଲା ସ୍ଥିତ ନାଲା ରୋଡରେ ଥିବା ଆଜାଦ୍ ମୋହଲ୍ଲାର ଲୋକମାନେ ବହୁତ ଖୁସି ଅଛନ୍ତି ।

ଚାରି ବର୍ଷ ପୂର୍ବେ ଏହି ଅଞ୍ଚଳ ଜାତୀୟ ସ୍ତରରେ ବେଶ ଚର୍ଚ୍ଚାରେ ଥିଲା । କାରଣ ସେଠାରୁ ଚାରିଜଣ SIMI ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ୨୦୧୬ ମସିହାରେ ଚାରିଜଣ ହାର୍ଡକୋର ସିମି ଅପରେଟରଙ୍କୁ ସେହି ସାହିରୁ ଗିରଫ କରାଯାଇଥିଲା । ଏହା ପରଠୁ ନାଲା ରୋଡ ଅଞ୍ଚଳକୁ  ଲୋକେ ଘୃଣା କରୁଥିଲେ । ୨୦୧୬ ମସିହାରେ ଫେବୃଆରୀ ମାସ ୧୬ ତାରିଖ ରାତିରେ କୁରେଶି ଅଞ୍ଚଳରେ ଥିବା ଏକ ଭଡା ଘରୁ ଶେଖ ମେହବୁବ, ଅମଜାଦ ଖାନ, ଜାକିର ହୁସେନ୍ ଏବଂ ଏମଡି ସାଲିକଙ୍କୁ ଗିରଫ କରାଯାଇଥିଲା। ସେମାନେ ସମସ୍ତେ ସେହି ଅଞ୍ଚଳରେ ଲୁଚି ରହିଥିଲେ।

ପଡୋଶୀମାନେ ଅଫତାବଙ୍କ ସଫଳତା ଜାଣିବା ପରେ ତାଙ୍କ ପିତା ମହମ୍ମଦ ଶେଖ ଅବ୍ବାସଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅଫତାବ ଏବଂ ତାଙ୍କ ପରିବାର ବର୍ତ୍ତମାନ ରାଜସ୍ଥାନର କୋଟାରେ ରହୁଛନ୍ତି । ରାଜସ୍ଥାନର କୋଟାରେ ଗତ ଦୁଇ ବର୍ଷ ଧରି ଅଫତାବ୍ NEET ପାଇଁ କୋଚିଂ ନେଉଥିଲେ। ରାଉରକେଲାରେ ଥିବା ଡିସୁଜା ସ୍କୁଲର ମୁଖ୍ୟ ଆଲେକ୍ସଜାଣ୍ଡାର୍ ଡିସୁଜା କହିଛନ୍ତି ଯେ, ପ୍ରଥମରୁ ଅଫତାବ୍ ଜଣେ ଉଜ୍ଜ୍ୱଳ ଛାତ୍ର ଥିଲେ।  ସେ ଅଫତାବ ପାଇଁ ପାଇଁ ବହୁତ ଖୁସି ଏବଂ ତାଙ୍କୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ଅଫତାବଙ୍କ ସାନ ଭଉଣୀ ଏବଂ ତାଙ୍କ ମାତା ସୁଲତାନା ଗତ ବର୍ଷ ଧରି କୋଟାରେ ରହୁଥିଲେ। ICSEରେ ଅଫତାବ ୯୫% ରୁ ଅଧିକ ମାର୍କ ରଖିଥିଲେ । ଅଫତାବ ଡିସୁଜା ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଏକ ସ୍ଥାନୀୟ କଲେଜରେ ଦ୍ୱାଦଶ ପାଇଁ ନାମ ଲେଖାଇଥିଲେ । ଏବଂ ସେହି ସମୟରେ କୋଟା କୋଚିଂ ସେଣ୍ଟରରେ NEET ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ପଡ଼ୋଶୀମାନଙ୍କ କହିବାନୁସାରେ ଶୋଏବ ଉଭୟ ରାଉରକେଲା ଏବଂ ଓଡିଶା ପାଇଁ ଗର୍ବ ସେମାନେ ଅଫତାବ ଓ ତାଙ୍କ ପରିବାର ପାଇଁ ବହୁତ ଖୁସିଚାରି ବର୍ଷ ପୂର୍ବେ ନଲା ରୋଡରେ ଲାଗିଥିବା କଳା ଦାଗକୁ ଶୋଏବଙ୍କର ଏହି ସଫଳତା ଲିଭାଇ ଦେଇଛିସେହି ଅଞ୍ଚଳରୁ ୪ ଜଣ ଆତଙ୍କବାଦୀ ଗିରଫ ହେବା ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଲଜ୍ଜାଜନକ ଥିଲାକିନ୍ତୁ ଅଫତାବଙ୍କ ଫଳାଫଳ ସେହି ଖରାପ ସ୍ମୃତିକୁ ଲିଭାଇ ଦେଇଛି ।

 

Leave a Reply