ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲେ ୨ କୋଟି ଟଙ୍କାର ସୁପାରି

1 min read
Shiv Sena MP From Parbhani Sanjay Jadhav Claims Life Threat Supari 2 Crore

ମୁମ୍ବାଇ: ମହାରାଷ୍ଟ୍ରର ପରଭଣିରୁ ଶିବସେନା ସାଂସଦ ଥିବା ସଞ୍ଜୟ ଯାଦବ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ହତ୍ୟା ପାଇଁ ୨ କୋଟି ଟଙ୍କା ସୁପାରି ଦିଆଯାଇଛି । ପୋଲିସରେ ଅଭିଯୋଗ ପ୍ରକାରେ ୧୮ ଅକ୍ଟୋବରକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନାନ୍ଦେଡ ରିନ୍ଦା ଗ୍ୟାଙ୍ଗକୁ ହତ୍ୟା ପାଇଁ ୨ କୋଟି ଟଙ୍କା ସୁପାରି ଦେଇଛି ।

ସାଂସଦ ସଞ୍ଜୟ ଯାଦବ ନାନଲପେଠ ପୋଲିସରେ ଏନେଇ ଅଭିଯୋଗ କରିଥନ୍ତି । ଏତିକି ନୁହେଁ, ସେ ହତ୍ୟା ସୁପାରି କଥାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅବଗତ କରାଇଛନ୍ତି । ପରଭଣି ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ସାଂସଦ କହିଛନ୍ତି- ସେ ଗତ ୩୦ରୁ ୩୫ ବର୍ଷ ହେଲା ରାଜନୀତିରେ ସକ୍ରିୟ ରହିଛନ୍ତି । ଏହି ସମୟରେ ଅନେକ ଉତ୍ଥାନପତନ ଦେଇ ଗତି କରିଛନ୍ତି । ତେବେ, ଏଭଳି ରାଜନୀତି କେବେ ଜିଲ୍ଲାରେ ହୋଇନାହିଁ । ସୁପାରି ଦେଇଥିବା ଲୋକ ଆତ୍ମନିରୀକ୍ଷଣ କରିବା ଉଚିତ୍ ।

Shiv Sena MP From Parbhani Sanjay Jadhav Claims Life Threat Supari 2 Crore

୩୦ରୁ ୩୫ ବର୍ଷ ବୟସରେ ରାଜନୀତି ଆରମ୍ଭ କରିଥିଲେ ସାଂସଦ ସଞ୍ଜୟ । ଶିବସୈନିକ ଭାବେ ସେ ରାଜନୈତି ଜୀବନ ଆରମ୍ଭ କରିଥିଲେ । ଶାଖା ପ୍ରମୁଖ ପରେ ଶିବସେନା ପରଭଣି ଜିଲ୍ଲା ଅଧ୍ୟକ୍ଷ ହୋଇଥିଲେ । ଶିବସେନା ସଞ୍ଜୟଙ୍କୁ ୨ ଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିବା ବେଳେ ସେ ୨ ଥର ଯାକ ବିଜୟୀ ହୋଇଥିଲେ । ୨୦୧୪ରେ ସଞ୍ଜୟଙ୍କୁ ଶିବସେନା ଲୋକସଭା ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନ ମଧ୍ୟ ସଞ୍ଜୟ ଜିତିଥିଲେ । ଏହାପରେ ୨୦୧୯ରେ ପରଭଣିରୁ ବିଜୟୀ ହୋଇ ପୁଣି ଦ୍ୱିତୀୟ ଥର ସାଂସଦ ହୋଇଛନ୍ତି ସଞ୍ଜୟ ।

ତେବେ, ଗତକିଛି ଦିନ ତଳେ ସେ ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିଲେ । ଯେଉଁଥିପାଇଁ ତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କୁ ଭରସା ଦେବାରୁ ସେ ଇସ୍ତଫା ପତ୍ର ଫେରାଇ ନେଇଥିଲେ ।

Leave a Reply